ଢେଙ୍କାନାଳରେ ଅଭାବନୀୟ ଘଟଣା: ଭିଣୋଇର କଟୁରୀ ଚୋଟରେ ଶଳା ମୃତ, ସ୍ତ୍ରୀ ଓ ଶାଶୁ ଗୁରୁତର

Advertisment

କନକ ବ୍ୟୁରୋ: ଭିଣୋଇର କଟୁରୀ ଚୋଟରେ ଶଳା ମୃତ । ସ୍ତ୍ରୀ ଓ ଶାଶୁ ଗୁରୁତର । ଏପରି ଘଟଣା ଘଟିଛି ଢୋଙ୍କାନାଳ ଜିଲ୍ଲା ସଦର ଥାନା ବିଦ୍ୟାବନ୍ଧ ଗାଁରେ । ରୁଦ୍ର ନାରାୟଣ ନାଏକ ନିଜ ଶଳା ନଗେଶ ରାଉତଙ୍କୁ କଟୁରୀରେ ଆକ୍ରମଣ କରି ହତ୍ୟା କରିଛନ୍ତି ।

publive-image

ସ୍ତ୍ରୀ ଓ ଶାଶୁ ଏଥିରୁ ତାଙ୍କୁ ରୋକିବା ବେଳେ ଉଭୟ ଆହତ ହୋଇଛନ୍ତି । ସଦର ପୁଲିସ ଓ ସାଇଂଟିଫିକ ଟିମ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି । ତେବେ ହତ୍ୟାକାଣ୍ଡ ପରେ ଅଭିଯୁକ୍ତ ରୁଦ୍ର ନାରାୟଣ ନାଏକ ଫେରାର ହୋଇଯାଇଛି । ଘରୋଇ କଳିକୁ ନେଇ ଏହି କାଣ୍ଡ ଘଟିଥିବା ପୁଲିସ ସନ୍ଦେହ କରୁଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe