କନକ ବ୍ୟୁରୋ: ଭିଣୋଇର କଟୁରୀ ଚୋଟରେ ଶଳା ମୃତ । ସ୍ତ୍ରୀ ଓ ଶାଶୁ ଗୁରୁତର । ଏପରି ଘଟଣା ଘଟିଛି ଢୋଙ୍କାନାଳ ଜିଲ୍ଲା ସଦର ଥାନା ବିଦ୍ୟାବନ୍ଧ ଗାଁରେ । ରୁଦ୍ର ନାରାୟଣ ନାଏକ ନିଜ ଶଳା ନଗେଶ ରାଉତଙ୍କୁ କଟୁରୀରେ ଆକ୍ରମଣ କରି ହତ୍ୟା କରିଛନ୍ତି ।
ସ୍ତ୍ରୀ ଓ ଶାଶୁ ଏଥିରୁ ତାଙ୍କୁ ରୋକିବା ବେଳେ ଉଭୟ ଆହତ ହୋଇଛନ୍ତି । ସଦର ପୁଲିସ ଓ ସାଇଂଟିଫିକ ଟିମ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି । ତେବେ ହତ୍ୟାକାଣ୍ଡ ପରେ ଅଭିଯୁକ୍ତ ରୁଦ୍ର ନାରାୟଣ ନାଏକ ଫେରାର ହୋଇଯାଇଛି । ଘରୋଇ କଳିକୁ ନେଇ ଏହି କାଣ୍ଡ ଘଟିଥିବା ପୁଲିସ ସନ୍ଦେହ କରୁଛି ।