କୋଭିଡ ରୋଗୀଙ୍କୁ ମିଳିଲାନି ଚିକିତ୍ସା, ଡାକ୍ତରଖାନା ଆଗରେ ଚାଲିଗଲା ଜୀବନ: ଢେଙ୍କାନାଳ ମୁଖ୍ୟ ଡାକ୍ତରଖାନାରୁ ଆସିଲା ହୃଦୟ ବିଦାରକ ଦୃଶ୍ୟ; କହି ବଢାଇଲେନି ସହାୟତାର ହାତ

3,739

କନକ ବ୍ୟୁରୋ: କୋଭିଡ ରୋଗୀଙ୍କୁ ମିଳିଲାନି ଚିକିତ୍ସା । ମେଡିକାଲ ଆଗରେ ଚାଲିଗଲା ଜୀବନ । ଏଭଳି ହୃଦୟ ବିଦାରକ ଦୃଶ୍ୟ ଏବେ ଭାଇରାଲ ହେଉଛି । ଘଟଣାଟି ଘଟିଛି ଢେଙ୍କାନାଳ ମୁଖ୍ୟ ଡାକ୍ତରଖାନା ସାମ୍ନାରେ । ଜଣେ ବ୍ୟକ୍ତି ମୁଖ୍ୟ ଡାକ୍ତରଖାନା ସାମ୍ନାରେ ପଡିରହିଛନ୍ତି ଓ ଅନ୍ୟ ଜଣେ ମହିଳା ତାଙ୍କୁ ପମ୍ପିଂ କରୁଛନ୍ତି ଓ ରୋଗୀ ଜଣଙ୍କୁ ଚିକିତ୍ସା କରିବାକୁ ନେହୁରା ହେଉଛନ୍ତି ।

ହେଲେ ପାଖରେ ଥିବା ସିକ୍ୟୁରିଟି ଗାର୍ଡ କି କର୍ମଚାରୀ ସହାୟତାର ହାତ ବଢାଉନାହାନ୍ତି । ଅସହାୟ ହୋଇ ମହିଳାଜଣକ କାନ୍ଦୁଛନ୍ତି । ଓ ବିକଳ ହୋଇ ସହାୟତାର ହାତ ବଢାଇଛନ୍ତି । କିନ୍ତୁ କେହି ଆସୁନାହାନ୍ତି । ବ୍ୟକ୍ତିଜଣକ ଅନୁଗୁଳର ଜଣେ ସରକାରୀ କର୍ମଚାରୀ ଓ ତାଙ୍କ ଘର ଢେଙ୍କନାଳ ଜିଲ୍ଲାରେ ବୋଲି ଜଣାପଡିଛି । କୋଭିଡ ପଜିଟିଭ ବାହାରିବା ପରେ ବ୍ୟକ୍ତି ଜଣକ ହଠାତ ପଡିଯାଇଥିଲେ ଓ ତାଙ୍କର ମୃତ୍ୟୁ ହୋଇଥିଲା ।