କନକ ବ୍ୟୁରୋ : ଢ଼େଙ୍କାନାଳରେ ମାଆ ଗଜଲକ୍ଷ୍ମୀଙ୍କ ଭସାଣୀ ଆରମ୍ଭ ହୋଇଛି । ବ୍ୟାଣ୍ଡ ବାଜାରେ କମ୍ପୁଛି ପରିବେଶ । ୩୬ଟି ମେଢ଼କୁ ରୀତିନୀତି ଅନୁସାରେ ପୂଜାର୍ଚ୍ଚନା କରାଯାଇ ବିସର୍ଜନ ହେବ । ଦେଉଳ ସାହି ଓ କୈବଲ୍ୟ ବଜାର ମଧ୍ୟରେ ଗଣ୍ଡଗୋଳ ହୋଇଥିଲା ତେଣୁ ଏହି ୨ଟି ମଣ୍ଡପ ମିଳିତ ଭସାଣିରେ ଯୋଗ ଦେଉନାହାନ୍ତି । ସୁରକ୍ଷା ଦୃଷ୍ଟିରୁ ୨୬ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ ରହିଛନ୍ତି । ସହରର କାଠଶଙ୍ଖ, କୁଂଜକାନ୍ତ ପୋଖରୀ, ବଣ୍ଡା ପୋଖରୀ, ଜାଉଁଳିପୋଖରୀ, ସିମିଳିଆ ପୋଖରୀ ମାନଙ୍କରେ ମୂର୍ତ୍ତି ବିସର୍ଜନ ପାଇଁ ସ୍ଥିର କରାଯାଇଛି ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us