କନକ ବ୍ୟୁରୋ : ଢ଼େଙ୍କାନାଳରେ ମାଆ ଗଜଲକ୍ଷ୍ମୀଙ୍କ ଭସାଣୀ ଆରମ୍ଭ ହୋଇଛି । ବ୍ୟାଣ୍ଡ ବାଜାରେ କମ୍ପୁଛି ପରିବେଶ । ୩୬ଟି ମେଢ଼କୁ ରୀତିନୀତି ଅନୁସାରେ ପୂଜାର୍ଚ୍ଚନା କରାଯାଇ ବିସର୍ଜନ ହେବ । ଦେଉଳ ସାହି ଓ କୈବଲ୍ୟ ବଜାର ମଧ୍ୟରେ ଗଣ୍ଡଗୋଳ ହୋଇଥିଲା ତେଣୁ ଏହି ୨ଟି ମଣ୍ଡପ ମିଳିତ ଭସାଣିରେ ଯୋଗ ଦେଉନାହାନ୍ତି । ସୁରକ୍ଷା ଦୃଷ୍ଟିରୁ ୨୬ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ ରହିଛନ୍ତି । ସହରର କାଠଶଙ୍ଖ, କୁଂଜକାନ୍ତ ପୋଖରୀ, ବଣ୍ଡା ପୋଖରୀ, ଜାଉଁଳିପୋଖରୀ, ସିମିଳିଆ ପୋଖରୀ ମାନଙ୍କରେ ମୂର୍ତ୍ତି ବିସର୍ଜନ ପାଇଁ ସ୍ଥିର କରାଯାଇଛି ।
ଢ଼େଙ୍କାନାଳରେ ମାଆ ଗଜଲକ୍ଷ୍ମୀଙ୍କ ଭସାଣୀ ଆରମ୍ଭ : ରାତି ୧୦ଟା ସୁଦ୍ଧା ବିସର୍ଜିତ ହେବେ ୩୬ଟି ମେଢ଼, ଦୁଲଦୁଲି ବାଜାରେ କମ୍ପୁଛି ପରିବେଶ
/kanak/media/post_attachments/wp-content/uploads/2022/10/vlcsnap-2022-10-19-11h14m47s458.png)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)