ଢେଙ୍କାନାଳ : ଗରିବ ଅସହାୟଙ୍କ ପାଇଁ ରାଜ୍ୟ ସରକାର କରିଚାଲିଛନ୍ତି ଯୋଜନା ପରେ ଯୋଜନା । କିନ୍ତୁ ଏହି ଯୋଜନା ଗୁଡିକ ଗରିବ ଲୋକଙ୍କ ପାଖକୁ ଯିବା ବଦଳରେ, ହଡପ କରି ନେଉଛନ୍ତି କିଛି ପ୍ରଭାବଶାଳୀ ଲୋକ । ସେପଟେ ଅଭିଯୋଗ ପତ୍ର ଧରି ପ୍ରଶାସନିକ ଅଧିକାରୀଙ୍କ ଦପ୍ତର ଆଗରେ ଗୁହାରି ପଡିଲେ ମଧ୍ୟ କୌଣସି ଫଳ ମିଳୁନାହିଁ । ଏପରି ଅବସ୍ଥା ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲାରେ ।ଢେଙ୍କାନାଳ ଜିଲା ଆଙ୍କୁର୍ଦ୍ଦା ଗାଁର ଫୁଲ ନାୟକ ଓ ଭୋଳେଶ୍ୱର ନାୟକ । ଭୋଳେଶ୍ୱର ବାର୍ଦ୍ଧକ୍ୟଜନିତ ଅସୁସ୍ଥତାରେ ଘାଂଟି ହେଉଥିବା ବେଳେ ସ୍ତ୍ରୀ ଫୁଲ ନାୟକ ମାନସିକ ରୋଗରେ ପୀଡିତ । ଏହା ସାଙ୍ଗକୁ ଦାରିଦ୍ର୍ୟର ତାଡନା । ଘର ଖଣ୍ଡେ ପାଇଁ ଇନ୍ଦିରା ଆବାସକୁ ଅନାଇ ବସିଥିବା ବେଳେ ସେଥିରେ ମଧ୍ୟ ବାଧକ ସାଜିଛି କିଛି ପ୍ରଭାବଶାଳୀ ଲୋକଙ୍କ ଷଡଯନ୍ତ୍ର ।
୨୦୧୨ ରୁ ଫୁଲ ନାୟକଙ୍କ ନାଁ ଇନ୍ଦିରା ଆବାସ ତାଲିକାରେ ରହିଛି । କିନ୍ତୁ ସେ ମାନସିକ ରୋଗରେ ପୀଡିତ ଥିବା ଜାଣି ଜଣେ ଠିକାଦାର ତାଙ୍କ ଠାରୁ ଟିପ ଚିହ୍ନ ନେଇ ୨୨ ହଜାର ଟଙ୍କା ହଡପ କରିଥିବା ଅଭିଯୋଗ ହୋଇଛି । ଏପରିକି ତାଙ୍କ ଜାଗାରେ ଠିକାଦାର ନିଅଁ ଖୋଳି ସାରିଲାଣି ଘର ତିଆରି କରିବାକୁ । ନ୍ୟାୟ ପାଇଁ ବାରମ୍ବାର ଫୁଲ ନାୟକଙ୍କ ସ୍ୱାମୀ ଭୋଳେଶ୍ୱର ସ୍ଥାନୀୟ ପ୍ରଶାସନିକ ଅଧିକାରୀଙ୍କ ଦ୍ୱାରସ୍ଥ ହୋଇଥିଲେ ମଧ୍ୟ ତାଙ୍କ ଗୁହାରି ଶୁଣିବାକୁ କେହି ନାହାଁନ୍ତି । ମୁଣ୍ଡ ଗୁଂଜିବାକୁ ଘରଟିଏ ନଥିବାରୁ ଏହି ଗରିବ ଦମ୍ପତି ପଡିଶା ଘରେ ଆଶ୍ରୟ ନେଇଛନ୍ତି । ଏପରିକି ଭୋଳେଶ୍ୱରଙ୍କ ଅନ୍ତୋର୍ଦୟ କାର୍ଡ ଥାଇ ସୁଧା ଚାଉଳ ମୁଠେ ପାଉନାହାନ୍ତି । ଏହି ଅସହାୟ ପରିବାର ପାଇଁ ଆଗେଇ ଆସିଛନ୍ତି ଗ୍ରାମବାସୀ । ଇନ୍ଦିରାଆବାସ ଅର୍ଥ ହଡପ ଓ ଜାଲିଆତି କରି ଇନ୍ଦିରାଆବାସ ଘର ନେଇଥିବା ଠିକାଦାର ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସେମାନେ ଦାବି କରିଛନ୍ତି । ଏମାନଙ୍କ କରୁଣ କାହାଣୀର ଚିତ୍ର ଏହି ଭିଡିଓରେ :
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2016/07/vlcsnap-2016-07-08-17h30m40s522.png)