କନକ ବ୍ୟୁରୋ : ଢେଙ୍କାନାଳରେ ଶେଷ ହେଲା ଗଜଲକ୍ଷ୍ମୀ ପୂଜା । ମାଆଙ୍କୁ ମେଲାଣି ଦେଉଛନ୍ତି ଜିଲ୍ଲାବାସୀ । ଆଜି ଅନୁଷ୍ଠିତ ହେଉଛି ଗଜଲକ୍ଷ୍ମୀ ପୂଜାର ଭସାଣି ଯାତ୍ରା । ୩୮ଟି ମଣ୍ଡପ ମିଳିତ ଭସାଣିରେ ଯୋଗ ଦେଇଛନ୍ତି । ପ୍ରଥମେ ମଉଡମଣୀ ମୀନାବଜାର ମେଢ଼ ଠାରେ ଜିଲ୍ଲାପାଳ ଆନୁଷ୍ଠାନିକ ଭାବେ ଭସାଣିର ଶୁଭାରମ୍ଭ କରିବା ପରେ ଆରମ୍ଭ ହୋଇଛି ଭସାଣି କାର୍ଯ୍ୟକ୍ରମ । ରାତି ୧୧ଟା ଭିତରେ ଭସାଣି ଶେଷ ହେବ ବୋଲି ପ୍ରଶାସନିକ ଅଧିକାରୀ ନିଷ୍ପତି ନେଇଛନ୍ତି ।