କନକ ବ୍ୟୁରୋ : ଶେଷ ହୋଇଛି ଢେଙ୍କାନାଳର ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା । ଆଜି ମେଲାଣି ନେଉଛନ୍ତି ମାଆ ମହାଲକ୍ଷ୍ମୀ । ଭସାଣ ପାଇଁ ଏକାଠି ହୋଇଛନ୍ତି ୩୮ଟି ପୂଜା ମଣ୍ଡପ । ଗୋଟିଲ ପରେ ଗୋଟିଏ ମେଢ ଆଗପଛ ହୋଇ ଯଥ ସମୟରେ ଭସାଣ କରାଯିବ । ସବୁ ମେଢ ଗୁଡିକ ନିଜ ନିଜ ଆସ୍ଥାନରୁ ବାହାରି ବଳରାମ ମନ୍ଦିର ଦେଇ ପ୍ୟାଲେସ ଛକ ଓ ଦୁର୍ଗା ବଜାର ଦେଇ ବସଷ୍ଟାଣ୍ଡ ଛକ ପର୍ଯ୍ୟନ୍ତ ଯିବ । ସଠିକ୍ ସମୟରେ ନିର୍ଦ୍ଧାରିତ ଜଳାଶୟ ଗୁଡିକରେ ବିସର୍ଜନ କରାଯିବ । ଏନେଇ ସବୁ ବଜାର ମେଢ ଗୁଡିକ ଏକାଠି ହୋଇଛନ୍ତି ।
ଗଜଲକ୍ଷ୍ମୀ ପୂଜାର ଭସାଣି ପାଇଁ ବିଭିନ୍ନ ବଜାର ପକ୍ଷରୁ ସୁନ୍ଦର ଭାବେ ପ୍ରସ୍ତୂତି କରାଯାଇଛି । ନୃତ୍ୟ ଗୀତ ପରିବେଷଣ କରାଯାଇଥିବା ବେଳେ ବିଭିନ୍ନ ବାଦ୍ୟ ଯନ୍ତ୍ରରେ ପ୍ରକମ୍ପିତ ହେଉଛି ପରିବେଶ । ଗଣେଶ ବଜାର ପକ୍ଷରୁ ମଧ୍ୟ ଭସାଣ ସମୟରେ ବିଶେଷ ପ୍ରସ୍ତୁତି କରାଯାଇଛି । ଚଳିତଥର ପୁଣି ଥରେ ଅଘୋରୀ ନୃତ୍ୟ ମୁଖ୍ୟ ଆକର୍ଷଣ ପାଲଟିଛି । ଗଣେଶ ବଜାର ଓ ଜବାହାର ଚୌକ ପକ୍ଷରୁ ଅଘୋରୀ ନୃତ୍ୟ ଆୟୋଜନ କରାଯାଇଥିଲା । ଯାହା ଦେଖିବାକୁ ବଜାରରେ ଲାଗିଛି ଗହଳି ।
ଢେଙ୍କାନାଳ ଗଜଲକ୍ଷ୍ମୀ ପୂଜା ଭସାଣ ଉତ୍ସବରେ ଭିଡ ଯୋଗୁ ସ୍ୱତନ୍ତ୍ର ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଶୃଙ୍ଖଳା ପାଇଁ ବିଭିନ୍ନ ସ୍ଥାନରେ ପୁଲିସ ମୁତୟନ କରାଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/11/42-2.jpg)