ଶେଷରେ ସଫଳ ହେଲା ଅପରେସନ ଗଜରାଜ । ବନ ବିଭାଗର କବଜାକୁ ଆସିଲା ନରହନ୍ତା ହାତୀ

Advertisment
ଉତ୍ପାତ ମଚେଇ ଚନ୍ଦକା ଫେରିଲା ‘ବାହୁବଳୀ’। ୪ ଜଣଙ୍କୁ ଦଳି, କାନ୍ଥ ପାଚେରୀ ଭାଙ୍ଗି ଶେଷରେ ଜଙ୍ଗଲ ଫେରିଗଲା ନରହନ୍ତା ଦନ୍ତା

source - google

କନକ ବ୍ୟୁରୋ : ଶେଷରେ ସଫଳ ହେଲା ଅପରେସନ ଗଜରାଜ । ବନ ବିଭାଗର କବଜାକୁ ଆସିଲା ନରହନ୍ତା ହାତୀ । ଦୀର୍ଘଦିନ ଧରି ଆତଙ୍କ ମଚାଉଥିବା ଦନ୍ତାକୁ ଆୟତ କରିଛି ବିନ ବିଭାଗ । ଅନୁଗୋଳ-ତାଳଚେର ଅଂଚଳରେ ଆତଙ୍କ ସୃଷ୍ଟି କରିଥିବା ନରହନ୍ତା ଦନ୍ତାକୁ ଟ୍ରାଙ୍କୁଲାଇଜ୍ କରି ଧରିବାରେ ସକ୍ଷମ ହୋଇଛି ବନ ବିଭାଗ । ଏଥିପାଇଁ ପୁରା ନାକେଦମ୍ ହୋଇଥିଲେ ବନ ବିଭାଗ ଓ ସ୍ଥାନୀୟ ବାସିନ୍ଦା । ୨-୩ ଥର ଚେଷ୍ଟା କରିବା ପରେ ଦନ୍ତା ହାତୀକୁ କପିଳାସ ଚିଡିଆଖାନାକୁ ସ୍ଥାନାନ୍ତର କରାଯାଇଛି ।

ଗତ ୭ଦିନ ହେଲା ଡିଏଫଓଙ୍କ ନେତୃତ୍ୱରେ ବନ ବିଭାଗର ଏକ ସ୍ୱତନ୍ତ୍ର ଟିମ୍ ହାତୀଟିକୁ ଟ୍ରାଙ୍କୁଲାଇଜ୍ କରିବାକୁ ଚେଷ୍ଟା କରୁଥିଲେ । ତେବେ ହାତୀଟି କେତେବେଳେ ଗାଁ ଭିତରକୁ ଚାଲିଯାଉଥିଲା ତ ଆଉ କେତେବେଳେ ଜଙ୍ଗଲକୁ । ଶେଷରେ ବନ ବିଭାଗ ଟ୍ରାଙ୍କୁଲାଇଜ କରି ହାତୀଟିକୁ ଲୁହା ଡାଲା ଥିବା ୧୦ ଚକିଆ ଟ୍ରକରେ ଢେଙ୍କାନାଳର କପିଳାସକୁ ସ୍ଥାନାନ୍ତର କରାଯାଇଛି । ହାତୀ ଯିବା ବାଟରେ ବିଜୁଳିକାଟ୍ କରାଯାଇଥିଲା । ଆଗରେ ସାଇରନ୍ ଦେଇ ଗାଡି ଯାଇଥିଲା । ସାଙ୍ଗରେ ଥିଲେ ଟ୍ରାଙ୍କୁଲାଇଜ୍ ଟିମ୍ । ଏହି ହାତୀକୁ ମିଶାଇ କପିଳାସ ଚିଡିଆଖାନାରେ ବର୍ତମାନ ୫ ଟି ହାତୀ ଅଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe