କନକ ବ୍ୟୁରୋ : ହାତୀ ଆକ୍ରମଣରୁ ରକ୍ଷା କଲା କୁକୁର । ପୋଷା କୁକୁରର ଉପସ୍ଥିତ ବୁଦ୍ଧି ଯୋଗୁଁ ହାତୀପଲ ଆକ୍ରମଣରୁ ରକ୍ଷା ପାଇଯାଇଛନ୍ତି ଗ୍ରାମବାସୀ । ଢେଙ୍କାନାଳ ଜିଲ୍ଲା କପିଳାସ ଅଭୟାରଣ୍ୟ ଅନ୍ତର୍ଗତ ଖକିଂରା ବନ କାର୍ଯ୍ୟାଳୟ ପରିସରକୁ ଲାଗି ରହିଥିବା ବ୍ରାହ୍ମଣୀ ତଇଳା ପଡ଼ିଆରେ ଏଭଳି ଏକ ଦୃଶ୍ୟ ଦେଖିବାକୁ ମଳିଛି ।
ସୁଚନା ଅନୁସାରେ ,ସମାଜସେବୀ ମନୋଜ ବ୍ରହ୍ମ ତାଙ୍କ ପୋଷା କୁକୁରକୁ ନେଇ ପ୍ରାତଃ ଭ୍ରମଣରେ ଯାଇଥିଲେ । ପଡ଼ିଆରେ ଆହୁରୀ କିଛି ଲୋକ ମଧ୍ୟ ମର୍ଣିଂ ୱାକ କରୁଥିଲେ । ଏହି ସମୟରେ କୁକୁରଟି ଭୁକିବା ସହ ମୁଣ୍ଡିଆ ଆଡ଼କୁ ଧାଇଁ ଯାଇଥିଲା । ଲୋକମାନେ କୁକୁରର ଏଭଳି ଭୁକିବାକୁ ନେଇ ଦେଖିବା ବେଳକୁ ୩ଟି ହାତୀ କୁକୁରକୁ ତଡ଼ିବା ଆରମ୍ଭ କରିଥିଲେ । ହାତୀ ପଲଙ୍କ ଆକ୍ରମଣ ଭୟରେ ଲୋକେ ନିଜ ଜୀବନ ବଂଚାଇବା ପାଇଁ ସୁରକ୍ଷିତ ସ୍ଥାନକୁ ଦୌଡ଼ି ପଳାଇଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/06/21-1.jpg)