ଢେଙ୍କାନାଳ ନିଖୋଜ ଶିଶୁ ଆୟୁଷ ମୃତ୍ୟୁ ଘଟଣାର ପର୍ଦ୍ଦାଫାସ: ପଡୋଶୀ ଘରର ସ୍ତ୍ରୀ ହିଁ ହତ୍ୟାକାରୀ; ପୂର୍ବ ଶତ୍ରୁତାରୁ ହତ୍ୟା କରିଥିବା ସ୍ୱୀକାର

ସେପଟେ ଗଜପତିରେ ନିଖୋଜ ଶିଶୁକୁ ଖୋଜିବା ପାଇଁ ୩ ଟିମ ଗଠନ

1,138

କନକ ବ୍ୟୁରୋ: ଢେଙ୍କାନାଳରେ କୂଅ ଭିତରୁ ଶିଶୁର ମୃତଦେହ ଉଦ୍ଧାର ଘଟଣାରେ ପଡୋଶୀ ମହିଳାଙ୍କୁ ଗିରଫ କରିଛି ପୁଲିସ । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହି ହତ୍ୟା କରିିଥିବା ମହିଳା ଜଣକ ସ୍ୱୀକାର କରିଛନ୍ତି । ଶିଶୁଟିକୁ ଶ୍ୱାସରୁଦ୍ଧ ପରେ କୂଅରେ ଫିଙ୍ଗିଦେଇଥିବା ଜଣାପଡିଛି । ପୁଲିସ ଗତକାଲି  ଉଭୟ ସନ୍ଦିଗ୍ଧ ଦମ୍ପତିଙ୍କୁ ଅଟକ ରଖି ପଚରାଉଚରା  କରିଥିଲା । ଆଜି ଗିରଫ କରାଯାଇଛି ।  କିଛି ସମୟ ପରେ ତାଙ୍କୁ କୋର୍ଟ ଫରୱାର୍ଡ କରାଯିବ । ୨ ଦିନ ତଳେ ନିହଲପ୍ରସାଦ ଥାନା ଅନ୍ତର୍ଗତ ଖଙ୍କିରା ଗାଁର  ଜୟନ୍ତ ସାହୁଙ୍କ ୩ ବର୍ଷର ନିଖୋଜ ପୁଅ ଆୟୁଷ ନିଖୋଜ ହୋଇଥିଲା । ଏହା ପରେ କୁଅ ଭିତରୁ ମୃତଦେହ ଉଦ୍ଧାର ହୋଇଥିଲା ।

ସେହିପରି ଗଜପତି ଜିଲ୍ଲା କାଶୀନଗର ବ୍ଲକରେ ୭ ବର୍ଷରୁ ଶିଶୁ ପୁତ୍ର ନିଖୋଜ ମାମଲାର ତଦନ୍ତ କରିବା ପାଇଁ ୩ଟିମ୍ ଗଠନ ହୋଇଛି । ଗତକାଲି ସଂଧ୍ୟାରେ ଶିଶୁପୁତ୍ର ଜଣଙ୍କ ଖେଳୁଥିବା ବେଳେ ଦୁଇ ଜଣ ଦୁର୍ବୃତ ବାଇକ୍ରେ ଆସି ପିଲାଟିକୁ ଉଠାଇ ନେଇଥିବା ଅଭିଯୋଗ ହୋଇଲା । ନିଜ ଘର ଠାରୁ ୫୦ ମିଟର ଦୂର ଏକ ବ୍ୟାକେରି ଦୋକାନ ନିକଟରେ ଖେଳୁଥିଲା କାଶୀନଗରର ଝାମି ଗୋପିଙ୍କ ପୁଅ ଝାମି ହାର୍ଦ୍ଧିକ । ଖେଳୁଥିବା ବେଳେ ପିଲାକୁ କେହି ଅପହରଣ କରି ନେଇଥିବା ପରିବାର ଲୋକ କାଶୀନଗର ଥାନାରେ ଅଭିଯୋଗ କରିଥିଲେ ।