ସାବଧାନ! ମାଡ଼ି ଆସୁଛି ହାତୀ: ଢେଙ୍କାନାଳ ଚାନ୍ଦପୁର ଓ ମହାବିରୋଡ଼ ଗାଁ ରାସ୍ତା ହାତୀ ଆତଙ୍କ

ସାବଧାନ! ମାଡ଼ି ଆସୁଛି ହାତୀ: ଢେଙ୍କାନାଳ ଚାନ୍ଦପୁର ଓ ମହାବିରୋଡ଼ ଗାଁ ରାସ୍ତା ହାତୀ ଆତଙ୍କ

କନକ ବ୍ୟୁରୋ: ଗାଁ ଗାଁରେ ବଲୁଛନ୍ତି ହାତୀ । ରାସ୍ତା ଉପରେ ଉପଦ୍ରବ ଜାରି ରଖିଛନ୍ତି ହାତୀ । ରାସ୍ତାରେ ଲୋକଙ୍କୁ ଗୋଡ଼ାଇ ବାଇକ ଭାଙ୍ଗିଦେଲା ହାତୀ । ଢେଙ୍କାନାଳ ଜିଲା ମହାବିରୋଡ଼ ରେଞ୍ଜ ଚାନ୍ଦପୁର ଓ ମହାବିରୋଡ଼ ଗାଁ ରାସ୍ତା ଉପରେ ଗୋଟିକିଆ ହାତୀ ଲୋକଙ୍କୁ ଗୋଡ଼ାଉଥିବା ବେଳେ ଆତଙ୍କିତ ହୋଇପଡିଛନ୍ତି ଲୋକେ । ହାତୀ ଆକ୍ରମଣ ଯୋଗୁ ଲୋକମାନେ ଜୀବନ ବିକଳ ହୋଇ ଦଉଡିବାର ଲାଗିଥିଲେ । ଶେଷରେ ବାଇକ ଭାଙ୍ଗି ଗୁଣ୍ଡ କାରିଦେଲା ଦନ୍ତା । ତାପରେ ହାତୀ ଗାଁ ଆଡକୁ ଆସି ଲୋକଙ୍କ ଘର ଓ ପାଚେରୀ ଭାଙ୍ଗିଛି । ଘଟଣାସ୍ଥଳରେ ବନ କର୍ମଚାରୀ ଆସି ହାତୀକୁ ଘଉଡାଇବାକୁ ଚେଷ୍ଟା ଜାରି ରଖିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe