ତୃତୀୟ ପର୍ଯ୍ୟାୟ ନିର୍ବାଚନରେ ମତ ସାବ୍ୟସ୍ତ କରୁଛନ୍ତି ମତଦାତା । ଢ଼େଙ୍କାନାଳରେ କିଏ କରିବ କମାଲ ?

117

କନକ ବ୍ୟୁରୋ: ଭୋଟ୍ ଦେଉଛି ଓଡ଼ିଶା । ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ରାଜ୍ୟର ୬ଟି ସସଦୀୟ କ୍ଷେତ୍ର ସହ ୪୨ଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ ଚାଲିଛି ଭୋଟ୍ ଗ୍ରହଣ ପ୍ରକ୍ରିୟା । ତେବେ ଢ଼େଙ୍କାନାଳ ସଂସଦୀୟ କ୍ଷେତ୍ରରେ ଅଧିନସ୍ଥ ଢ଼େଙ୍କାନାଳ ବିଧାନସଭା ପାଇଁ ଭୋଟ୍ ଦେଇ ସିପାହୀ ବାଛୁଛନ୍ତି ଜନତା । ହେଲେ କ’ଣ ରହିଛି ଏଠାକାର ବିଗତ ଦିନର ରାଜନୈତିକ ପୃଷ୍ଠଭୂମି ତାହା ଉପରେ ନଜର ପକାନ୍ତୁ ।

୨୦୧୯ର ଲଢେଇ
ବିଜେଡି: ସୁଧୀର ସାମଲ
କଂଗ୍ରେସ: ନବୀନ ନନ୍ଦ
ବିଜେପି: କୃଷ୍ଣଚନ୍ଦ୍ର ପାତ୍ର

୨୦୧୯-ବିଜେଡି: ସୁଧୀର ସାମଲ
– ୨୦୦୪ରେ କଂଗ୍ରେସରୁ ଢେଙ୍କାନାଳ ବିଧାୟକ
– ୨୦୦୯ ରେ ପରାଜିତ (୬୯୩୩ ଭୋଟରେ)
– ଟିକେଟ୍ ବଂଟନ ପୂର୍ବରୁ ବିଜେଡିରେ ସାମିଲ

୨୦୧୯-କଂଗ୍ରେସ: ନବୀନ ନନ୍ଦ
– ୨ଥର ବିଧାୟକ
– ୨୦୦୪ରେ ଗଁଦିଆରୁ ସ୍ୱାଧୀନ ବିଧାୟକ
– ୨୦୦୯ରେ ଏନ୍ସିପିରୁ ବିଧାୟକ, ବିଜେଡିରେ ମିଶିଲେ
– ମାସକ ତଳେ କଂଗ୍ରେସରେ ମିଶି ଟିକେଟ୍ ପାଇଛନ୍ତି

୨୦୧୯-ବିଜେପି: କୃଷ୍ଣଚନ୍ଦ୍ର ପାତ୍ର
– ୨୦୦୦ରେ ବିଧାୟକ
– ୨୦୦୪, ୨୦୦୯, ୨୦୧୪ରେ ପରାଜିତ
– ତୃଣମୂଳ ସ୍ତରର ନେତା
– ସଂଘ ପରିବାର ସହ ଜଡିତ

ମୈଦାନରେ ମହିଳା ପ୍ରାର୍ଥୀ
– କେହି ନାହାଁନ୍ତି

ନିର୍ବାଚନ ମଣ୍ଡଳୀ ତଥ୍ୟ
-ଗଁଦିଆ ଏବଂ ଢେଙ୍କାନାଳର ୯ଟି ପଂଚାୟତକୁ ନେଇ ଢେଙ୍କାନାଳ ନିର୍ବାଚନମଣ୍ଡଳୀ ଗଠିତ

ମୁହାଁମୁହିଁ ପ୍ରାର୍ଥୀ
– ବିଜେଡି ପ୍ରାର୍ଥୀ ସୁଧୀର ସାମଲ ପ୍ରଥମେ କଂଗ୍ରେସରୁ ବିଧାୟକ ହୋଇଥିଲେ, ଏବେ ବିଜେଡିରେ ସାମିଲ ହୋଇ ଟିକେଟ୍ ପାଇଛନ୍ତି

– ୨ଥରର ବିଧାୟକ ନବୀନ ନନ୍ଦ କଂଗ୍ରେସରେ ମିଶି ପ୍ରାର୍ଥୀ ହୋଇଛନ୍ତି

– ବିଜେପି ପ୍ରାର୍ଥୀ କୃଷ୍ଣ ଚନ୍ଦ୍ର ପାତ୍ର, ପୂର୍ବତନ ବିଧାୟକ ଏବଂ ଦଳର ବରିଷ୍ଠ ନେତା

ଢେଙ୍କାନାଳ ବିଧାନସଭା ଆସନ
– ୧୯୫୧ରେ ଗଠନ ହୋଇଥିଲା ନିର୍ବାଚନମଣ୍ଡଳୀ
– ଢେଙ୍କାନାଳ ଲୋକସଭା କ୍ଷେତ୍ର ଅର୍ନ୍ତଭୁକ୍ତ
– କଂଗ୍ରେସର ଦବଦବା ରହିଥିଲା
– ନନ୍ଦୀନି ଶତପଥୀ ୪ଥର ବିଧାୟିକା
– ୨୦୧୪ରେ ପ୍ରଥମଥର ପାଇଁ ଜିତିଲା ବିଜେଡି
– ୨୦୦୦ରେ ବିଜେପିର କୃଷ୍ଣଚନ୍ଦ୍ର ପାତ୍ର ବିଧାୟକ

୨୦୧୪ର ଲଢେଇ
– ମୈଦାନରେ ଥିଲେ ମୋଟ ୧୧ ପ୍ରାର୍ଥୀ
– ମୋଟ ଭୋଟର ସଂଖ୍ୟା – ୨ ଲକ୍ଷ ୩୩ ହଜାର ୬୯୬
– ମତ ଦେଇଥିଲେ – ୧ ଲକ୍ଷ ୭୫ ହଜାର ୩୫୨
– ଭୋଟଦାନ ହାର – ୭୫.୦୩%

୨୦୧୪ର ଫଳାଫଳ
ପ୍ରାର୍ଥୀ                          ଦଳ        ଭୋଟ        ପ୍ରତିଶତ        ଫଳାଫଳ
ସରୋଜ କୁମାର ସାମଲ      ବିଜେଡି    ୬୯,୦୮୩   ୩୯.୪୦%   ବିଜୟୀ
ସିଦେ୍ଧଶ୍ୱରୀ ପ୍ରସାଦ ମିଶ୍ର    କଂଗ୍ରେସ   ୩୦,୫୭୧   ୧୭.୪୩%    ପରାସ୍ତ
କୃଷ୍ଣଚନ୍ଦ୍ର ପାତ୍ର                 ବିଜେପି     ୬୫,୭୮୯   ୩୭.୫୨%    ପରାସ୍ତ

 

କିଏ ମାରିଥିଲା ବାଜି?
– ବିଜେଡ଼ିର ସରୋଜ କୁମାର ସାମଲ ନିର୍ବାଚନ ଜିତିଥିଲେ
– ୬୯ ହଜାର ୦୮୩ ଖଣ୍ଡ ଭୋଟ ପାଇଥିଲେ ବିଜେଡ଼ି ପ୍ରାର୍ଥୀ
– ବିଜେପି ପ୍ରାର୍ଥୀ କୃଷ୍ଣଚନ୍ଦ୍ର ପାତ୍ରଙ୍କୁ ପରାସ୍ତ କରିଥିଲେ
– ୩ ହଜାର ୨୯୪ ଖଣ୍ଡ ଭୋଟ ବ୍ୟବଧାନରେ ବିଜୟୀ ହୋଇଥିଲେ
– ୮ ଜଣ ପ୍ରାର୍ଥୀ ଅମାନତ୍ ହରାଇଥିଲେ