କନକ ବ୍ୟୁରୋ: ଭୋଟ୍ ଦେଉଛି ଓଡ଼ିଶା । ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ରାଜ୍ୟର ୬ଟି ସସଦୀୟ କ୍ଷେତ୍ର ସହ ୪୨ଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ ଚାଲିଛି ଭୋଟ୍ ଗ୍ରହଣ ପ୍ରକ୍ରିୟା । ତେବେ ଢ଼େଙ୍କାନାଳ ସଂସଦୀୟ କ୍ଷେତ୍ରରେ ଅଧିନସ୍ଥ ଢ଼େଙ୍କାନାଳ ବିଧାନସଭା ପାଇଁ ଭୋଟ୍ ଦେଇ ସିପାହୀ ବାଛୁଛନ୍ତି ଜନତା । ହେଲେ କ’ଣ ରହିଛି ଏଠାକାର ବିଗତ ଦିନର ରାଜନୈତିକ ପୃଷ୍ଠଭୂମି ତାହା ଉପରେ ନଜର ପକାନ୍ତୁ ।
୨୦୧୯ର ଲଢେଇ
ବିଜେଡି: ସୁଧୀର ସାମଲ
କଂଗ୍ରେସ: ନବୀନ ନନ୍ଦ
ବିଜେପି: କୃଷ୍ଣଚନ୍ଦ୍ର ପାତ୍ର
୨୦୧୯-ବିଜେଡି: ସୁଧୀର ସାମଲ
- ୨୦୦୪ରେ କଂଗ୍ରେସରୁ ଢେଙ୍କାନାଳ ବିଧାୟକ
- ୨୦୦୯ ରେ ପରାଜିତ (୬୯୩୩ ଭୋଟରେ)
- ଟିକେଟ୍ ବଂଟନ ପୂର୍ବରୁ ବିଜେଡିରେ ସାମିଲ
୨୦୧୯-କଂଗ୍ରେସ: ନବୀନ ନନ୍ଦ
- ୨ଥର ବିଧାୟକ
- ୨୦୦୪ରେ ଗଁଦିଆରୁ ସ୍ୱାଧୀନ ବିଧାୟକ
- ୨୦୦୯ରେ ଏନ୍ସିପିରୁ ବିଧାୟକ, ବିଜେଡିରେ ମିଶିଲେ
- ମାସକ ତଳେ କଂଗ୍ରେସରେ ମିଶି ଟିକେଟ୍ ପାଇଛନ୍ତି
୨୦୧୯-ବିଜେପି: କୃଷ୍ଣଚନ୍ଦ୍ର ପାତ୍ର
- ୨୦୦୦ରେ ବିଧାୟକ
- ୨୦୦୪, ୨୦୦୯, ୨୦୧୪ରେ ପରାଜିତ
- ତୃଣମୂଳ ସ୍ତରର ନେତା
- ସଂଘ ପରିବାର ସହ ଜଡିତ
ମୈଦାନରେ ମହିଳା ପ୍ରାର୍ଥୀ
- କେହି ନାହାଁନ୍ତି
ନିର୍ବାଚନ ମଣ୍ଡଳୀ ତଥ୍ୟ
-ଗଁଦିଆ ଏବଂ ଢେଙ୍କାନାଳର ୯ଟି ପଂଚାୟତକୁ ନେଇ ଢେଙ୍କାନାଳ ନିର୍ବାଚନମଣ୍ଡଳୀ ଗଠିତ
ମୁହାଁମୁହିଁ ପ୍ରାର୍ଥୀ
- ବିଜେଡି ପ୍ରାର୍ଥୀ ସୁଧୀର ସାମଲ ପ୍ରଥମେ କଂଗ୍ରେସରୁ ବିଧାୟକ ହୋଇଥିଲେ, ଏବେ ବିଜେଡିରେ ସାମିଲ ହୋଇ ଟିକେଟ୍ ପାଇଛନ୍ତି
- ୨ଥରର ବିଧାୟକ ନବୀନ ନନ୍ଦ କଂଗ୍ରେସରେ ମିଶି ପ୍ରାର୍ଥୀ ହୋଇଛନ୍ତି
- ବିଜେପି ପ୍ରାର୍ଥୀ କୃଷ୍ଣ ଚନ୍ଦ୍ର ପାତ୍ର, ପୂର୍ବତନ ବିଧାୟକ ଏବଂ ଦଳର ବରିଷ୍ଠ ନେତା
ଢେଙ୍କାନାଳ ବିଧାନସଭା ଆସନ
- ୧୯୫୧ରେ ଗଠନ ହୋଇଥିଲା ନିର୍ବାଚନମଣ୍ଡଳୀ
- ଢେଙ୍କାନାଳ ଲୋକସଭା କ୍ଷେତ୍ର ଅର୍ନ୍ତଭୁକ୍ତ
- କଂଗ୍ରେସର ଦବଦବା ରହିଥିଲା
- ନନ୍ଦୀନି ଶତପଥୀ ୪ଥର ବିଧାୟିକା
- ୨୦୧୪ରେ ପ୍ରଥମଥର ପାଇଁ ଜିତିଲା ବିଜେଡି
- ୨୦୦୦ରେ ବିଜେପିର କୃଷ୍ଣଚନ୍ଦ୍ର ପାତ୍ର ବିଧାୟକ
୨୦୧୪ର ଲଢେଇ
- ମୈଦାନରେ ଥିଲେ ମୋଟ ୧୧ ପ୍ରାର୍ଥୀ
- ମୋଟ ଭୋଟର ସଂଖ୍ୟା – ୨ ଲକ୍ଷ ୩୩ ହଜାର ୬୯୬
- ମତ ଦେଇଥିଲେ – ୧ ଲକ୍ଷ ୭୫ ହଜାର ୩୫୨
- ଭୋଟଦାନ ହାର – ୭୫.୦୩%
୨୦୧୪ର ଫଳାଫଳ
ପ୍ରାର୍ଥୀ ଦଳ ଭୋଟ ପ୍ରତିଶତ ଫଳାଫଳ
ସରୋଜ କୁମାର ସାମଲ ବିଜେଡି ୬୯,୦୮୩ ୩୯.୪୦% ବିଜୟୀ
ସିଦେ୍ଧଶ୍ୱରୀ ପ୍ରସାଦ ମିଶ୍ର କଂଗ୍ରେସ ୩୦,୫୭୧ ୧୭.୪୩% ପରାସ୍ତ
କୃଷ୍ଣଚନ୍ଦ୍ର ପାତ୍ର ବିଜେପି ୬୫,୭୮୯ ୩୭.୫୨% ପରାସ୍ତ
କିଏ ମାରିଥିଲା ବାଜି?
- ବିଜେଡ଼ିର ସରୋଜ କୁମାର ସାମଲ ନିର୍ବାଚନ ଜିତିଥିଲେ
- ୬୯ ହଜାର ୦୮୩ ଖଣ୍ଡ ଭୋଟ ପାଇଥିଲେ ବିଜେଡ଼ି ପ୍ରାର୍ଥୀ
- ବିଜେପି ପ୍ରାର୍ଥୀ କୃଷ୍ଣଚନ୍ଦ୍ର ପାତ୍ରଙ୍କୁ ପରାସ୍ତ କରିଥିଲେ
- ୩ ହଜାର ୨୯୪ ଖଣ୍ଡ ଭୋଟ ବ୍ୟବଧାନରେ ବିଜୟୀ ହୋଇଥିଲେ
- ୮ ଜଣ ପ୍ରାର୍ଥୀ ଅମାନତ୍ ହରାଇଥିଲେ