ଭାରସାମ୍ୟ ହରାଇ ବ୍ରିଜ୍ ତଳକୁ ଖସିଲା ଟ୍ରଲର : ଦୁର୍ଘଟଣାରେ ଚାଳକଙ୍କ ମୃତ୍ୟୁ, ହେଲପର ଗୁରୁତର

Advertisment
ଭାରସାମ୍ୟ ହରାଇ ବ୍ରିଜ୍ ତଳକୁ ଖସିଲା ଟ୍ରଲର : ଦୁର୍ଘଟଣାରେ ଚାଳକଙ୍କ ମୃତ୍ୟୁ, ହେଲପର ଗୁରୁତର

କନକ ବ୍ୟୁରୋ : ଭାରସାମ୍ୟ ହରାଇ ବ୍ରିଜ୍ ତଳକୁ ଖସିଲା ଟ୍ରଲର । ଢେଙ୍କାନାଳ କାମାକ୍ଷାନଗର ରାସ୍ତାର କମଗରା ବ୍ରିଜ୍ ନିକଟରେ ଦୁର୍ଘଟଣା ଘଟିଛି । ବ୍ରାହ୍ମଣୀ ନଦୀ ଭିତରକୁ ଓଲଟିଲା ଲୁହା ବୋଝେଇ ଟ୍ରଲର । ଦୁର୍ଘଟଣାରେ ଚାଳକଙ୍କ ମୃତ୍ୟୁ ହୋଇଥିବା ବେଳେ ହେଲପର ଗୁରୁତର ହୋଇଛନ୍ତି ।

ଗୁରୁତରଙ୍କୁ ପ୍ରଥମେ ଅଳାଁବେରେଣୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ପରେ ଢେଙ୍କାନାଳ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଅବସ୍ଥା ସଂକଟାପନ୍ନ ଥିବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି । ତାଙ୍କ ପରିଚୟ ମିଳିପାରିନାହିଁ । ଭୋର ୫ଟା ସମୟରେ ଏହି ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି । ଘଟଣାସ୍ଥଳରେ ଅଗ୍ନିଶମ କର୍ମଚାରୀ ଓ ସଦର ଥାନା ପୋଲିସ ପହଂଚି ହେଲପରଙ୍କୁ ଉଦ୍ଧାର କରିଥିଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe