କନକ ବ୍ୟୁରୋ : ସାରାଦେଶରେ ଚର୍ଚ୍ଚା ଖେଳାଇ ଦେଇଥିବା ଆଇଟି ରେଡ୍ ଘଟଣାରେ ମୁହଁ ଖୋଲିଛନ୍ତି କଂଗ୍ରେସ ସାଂସଦ ଧୀରଜ ସାହୁ । ୩୫୧ କୋଟି ଟଙ୍କା ଜବତ ହେବା ଘଟଣାରେ ପ୍ରଥମଥର ପାଇଁ ଗଣମାଧ୍ୟମରେ ପ୍ରତିକ୍ରିୟା ରଖିଛନ୍ତି ରାଜ୍ୟସଭା ସାଂସଦ । ଧୀରଜ କହିଛନ୍ତି,

Advertisment

ଜବତ ଟଙ୍କା ସହ ତାଙ୍କର କୌଣସି ସମ୍ପର୍କ ନାହିଁ
ବଡ଼ ପରିବାର ଓ ଏକାଧିକ ସଦସ୍ୟ ବ୍ୟବସାୟରେ ଅଛନ୍ତି
ଏହା ପାରିବାରିକ ବ୍ୟବସାୟର ଟଙ୍କା
ପରିବାର ବର୍ଷ ବର୍ଷ ଧରି ମଦ ବ୍ୟବସାୟରେ ସଂପୃକ୍ତ
ବ୍ୟବସାୟ ଓ ଟିକସ ଦେବା ପାଇଁ କିଛି ଟଙ୍କା ରଖାଯାଇଥିଲା
ଜବତ ଟଙ୍କା ସହ କଂଗ୍ରେସ ଦଳର କୌଣସି ସମ୍ପର୍କ ନାହିଁ

ରେଡର ସପ୍ତାହେ ପରେ କଂଗ୍ରେସକୁ କ୍ଲିନଚିଟ୍ ଦେବା ପରେ ଧୀରଜଙ୍କ ଉପରେ ଚିହିଁକି ଉଠିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଧର୍ମେନ୍ଦ୍ର କହିଛନ୍ତି

ଦୁନିଆ ଜାଣିଛି ଗାନ୍ଧୀ ପରିବାରର ଏଟିଏମ୍ ଥିଲେ ଧୀରଜ ସାହୁ
ଧୀରଜଙ୍କ ସଫେଇ ‘ମନ୍ଦିର ଭିତରେ କିଏ ନା ମୁଁ କଦଳୀ ଖାଇନାହିଁ’ ଭଳି
ତଦନ୍ତକାରୀ ସଂସ୍ଥା ଯେଉଁ ଟଙ୍କା ଜବତ କରିଛି ସେ ତାର ହିସାବ ଦେବେ
ଓଡି଼ଶା, ଛତିଶଗଡ଼ ଓ ପଶ୍ଚିମବଙ୍ଗ ରାଜ୍ୟ ଅବକାରୀ ଏହାର ପୃଷ୍ଠପୋଷକ ଥିଲେ

ସବୁଠାରୁ ବଡକଥା ହେଉଛି ମଦର ବିଶାଳ ସାମ୍ରାଜ୍ୟ ଠିଆ କରିଥିବା ଧୀରଜଙ୍କ ପରିବାର ୧୦୦ ବର୍ଷରୁ ଅଧିକ ସମୟ ଧରି ଏହି ବ୍ୟବସାୟରେ ଅଛଛନ୍ତି । ତାଠାରୁ ବଡକଥା ହେଲା, ଦୀର୍ଘବର୍ଷ ହେଲା ସାହୁ ପରିବାର କଂଗ୍ରେସ ଦଳର ଅତି ଘନୀଷ୍ଠ ରହିଆସିଛନ୍ତି । ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଡକ୍ଟର ରାଜେନ୍ଦ୍ର ପ୍ରସାଦ ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ମଧ୍ୟ ଧୀରଜଙ୍କ ବାପା ବଳଦେବ ସାହୁଙ୍କ ଘରକୁ ଆସିଥିଲେ । ଏଥିରୁ ଜଣାପଡୁଛି ରାଜନୀତିରେ ତାଙ୍କର ପ୍ରଭାବ କିଭଳି ରହିଥିଲା । ବଳଦେବଙ୍କ ଉତରାଧିକାରୀ ଭାବେ ଧୀରଜ ଓ ତାଙ୍କ ଭାଇମାନେ ମଦ ବ୍ୟବସାୟ ସହ କଂଗ୍ରେସ ରାଜନୀତିରେ ଦୀର୍ଘ ବର୍ଷଧରି ରହିଅଛନ୍ତି ।