କନକ ବ୍ୟୁରୋ : କଂଗ୍ରେସ ଟିକେଟରୁ ଝାଡଖଣ୍ଡରୁ ରାଜ୍ୟସଭା ଯାଇଥିବା ସାଂସଦ ଧୀରଜ ସାହୁ ୧୫୦ କୋଟି ଟଙ୍କା ଉପରେ ଆୟକର ଜମା କରିଛନ୍ତି । କିଛିଦିନ ପୂର୍ବରୁ ତାଙ୍କ ଘରେ ଆୟକର ବିଭାଗ ଚଢାଉ କରି ୩୫୦ କୋଟି ଟଙ୍କା ଜବତ କରିଥିଲା । ଏହାପରେ ଏବେ ଧୀରଜ ସାହୁ ୧୫୦ କୋଟି ଟଙ୍କା ଉପରେ ଆୟକର ଜମା କରିଛନ୍ତି । କିଛିଦିନ ପୂର୍ବରୁ ଧୀରଜଙ୍କ ରାଞ୍ଚୀ ଓ ଲୋହରଦଗା ଠିକଣାରେ ଚଢାଉ କରି ନଗଦ ୩୫୦ କୋଟି ଟଙ୍କା ଜବତ କରିଥିଲା । ଏବେ ଧୀରଜ ସାହୁ ଗତବର୍ଷ ରିଟର୍ନ ସଂଶୋଧନ କରି ୧୫୦ କୋଟି ଟଙ୍କା ଉପରେ ଆୟକର ପୈଠ କରିଛନ୍ତି । ଚଢାଉ ବେଳେ ଏତେ ପରିମାଣର ନଗଦ ଟଙ୍କା ଜବତ ହେବାକୁ ନେଇ ଧୀରଜ କହିଥିଲେ କି, ଏହା ଚଳିତ ବର୍ଷର ରୋଜଗାର, ତେଣୁ ଏହା ଉପରେ ଆୟକର ସେ ଆସନ୍ତା ଆର୍ଥିକ ବର୍ଷରେ ପ୍ରଦାନ କରିବେ ।

Advertisment

ସେପଟେ ଆୟକର ବିଭାଗ କହିଛି କି, ଧୀରଜ ସାହୁଙ୍କୁ ଜେରା ବେଳେ ସେ ୫୦ କୋଟି ଟଙ୍କାର ହିସାବ ଦେଇପାରିନଥିଲେ । ଏଣୁ ଏହି ୫୦ କୋଟି ଟଙ୍କା ଉପରେ ତାଙ୍କୁ ଅତିରିକ୍ତ ଜରିମାନା ଦେବାକୁ ପଡିପାରେ ।