ଗର୍ଜିଲେ ଗବର । ଆଇପିଏଲରେ ରଚିଲେ ନୂଆ ଇତିହାସ, ଲଗାତାର ୨ଟି ମ୍ୟାଚରେ ୨ ଶତକ ମାରି ନୂଆ କୀର୍ତ୍ତିମାନ ସ୍ଥାପନ କଲେ ଧୱନ ।

428

କନକ ବ୍ୟୁରୋ : ଦୁବାଇରେ ଧୱନ ଧମାକା । ଆଇପିଏଲରେ ଲଗାତାର ୨ଟି ଶତକ ମାରି ଇତିହାସ ରଚିଲେ ଗବର । ପଞ୍ଜାବ ବିପକ୍ଷ ମ୍ୟାଚରେ ୧୦୬ ରନର ଧୂଆଁଧାର ଇନିଂସ ଖେଳି ଧୱନ ଏହି ନୂଆ କୀର୍ତ୍ତିମାନ ସ୍ଥାପନ କରିଛନ୍ତି । ଏହାସହ ଆଇପିଏଲରେ ପ୍ରଥମ ଖେଳାଳି ଭାବେ ଲଗାତାର ଦୁଇଟି ମ୍ୟାଚରେ ଦୁଇଟି ଶତକ ମାରି ଧୱନ ଜବରଦସ୍ତ ଫର୍ମରେ ଥିବା ସଂକେତ ଦେଇଛନ୍ତି ।

ଏହାପୂର୍ବରୁ ଚେନ୍ନାଇ ବିପକ୍ଷ ମ୍ୟାଚରେ ଗବରଙ୍କ ଧୂଆଁଧାର ଇନିଂସ ଦେଖିବାକୁ ମିଳିଥିଲା । ଏହି ମ୍ୟାଚରେ ଧୱନଙ୍କ ଶତକୀୟ ଇନିଂସ ବଳରେ ବଡ ବିଜୟ ହାସଲ କରିଥିଲା ଦିଲ୍ଲୀ କ୍ୟାପିଟାଲ୍ସ । ଧୱନଙ୍କ ୧୦୧ ରନର ଦମଦାର ଇନିଂସ ଚେନ୍ନାଇ ଠାରୁ ଶେଷ ମୁହୂର୍ତ୍ତରେ ମ୍ୟାଚ୍ ଛଡାଇ ଆଣିଥିଲା ।

ଏହାପୂର୍ବରୁ ଅନେକ ଖେଳାଳି ଆଇପିଏଲରେ ଶତକ ହାସଲ କରିଥିଲେ ମଧ୍ୟ ଲଗାତାର ଦୁଇଟି ମ୍ୟାଚରେ ଦୁଇଟି ଶତକ ହାସଲ କରିବାର କୀର୍ତ୍ତିମାନ କୌଣସି ଖେଳାଳିଙ୍କ ନାମରେ ନଥିଲା । ଆଉ ପଞ୍ଜାବ ବିପକ୍ଷ ମ୍ୟାଚରେ ଏହି କୀର୍ତ୍ତିମାନ ସ୍ଥାପନ କରିଛନ୍ତି ଧୱନ । ଗବରଙ୍କ ଶତକୀୟ ଇନିଂସ ବଳରେ ପଞ୍ଜାବ ସାମ୍ନାରେ ୧୬୫ ରନର ବିଶାଳ ବିଜୟ ଲକ୍ଷ୍ୟ ରଖିଛି ଦିଲ୍ଲୀ କ୍ୟାପିଟାଲ୍ସ । ମୁମ୍ବାଇ ବିପକ୍ଷ ରୋମାଞ୍ଚକର ମୁକାବିଲାରେ ପଞ୍ଜାବ ଦମଦାର ବିଜୟ ହାସଲ କରିଥିବା ବେଳେ ଆଜି ମଧ୍ୟ ଏହାର ପୁନରାବୃତ୍ତି କରିବାକୁ ଲକ୍ଷ୍ୟ ରଖିଛି ରାହୁଲଙ୍କ ପଞ୍ଜାବ ।