କନକ ବ୍ୟୁରୋ : ଆଜି ଧଉଳି ଶାନ୍ତିସ୍ତୁପର ସୁବର୍ଣ୍ଣ ଜୟନ୍ତୀ ସମାରୋହ । ଧଉଳି ଶାନ୍ତିସ୍ତୁପର ୫୦ ବର୍ଷ ପୂର୍ତ୍ତି ପାଳନ କରାଯିବ । ଏହି ସୁବର୍ଣ୍ଣ ଜୟନ୍ତୀ ସମାରୋହକୁ ଉଦ୍ଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପ୍ରଥମେ ଦିନ ୧୦ଟା ୩୦ରେ ଶାନ୍ତିସ୍ତୁପରେ ବୌଦ୍ଧ ସନ୍ୟାସୀମାନେ ସମୂହ ପ୍ରାର୍ଥନା ସଭାରେ ସାମିଲ ହେବେ । ଦିନ ୧୧ଟାରେ ମୁଖ୍ୟମନ୍ତ୍ରୀ ଦିବ୍ୟାଙ୍ଗ ଓ ବରିଷ୍ଠ ନାଗରିକଙ୍କ ପାଇଁ ତିଆରି ହାଇଥିବା ଲିଫ୍ଟର ଉଦଘାଟନ କରିବେ ।
ମୁଖ୍ୟମନ୍ତ୍ରୀ ପ୍ରଥମେ ଲିଫ୍ଟରେ ଶାନ୍ତିସ୍ତୁପକୁ ଯିବେ । ଏହା ପରେ ଆୟୋଜିତ ସଭାରେ ଯୋଗଦେଇ ବୌଦ୍ଧ ସନ୍ୟାସୀଙ୍କ ଗହଣରେ ବକ୍ତବ୍ୟ ରଖିବେ । ଉତ୍ସବରେ ଦେଶ ବିଦେଶରୁ ବହୁ ବୌଦ୍ଧ ସନ୍ୟାସୀ ଯୋଗଦେଇଛନ୍ତି । ଜାପାନରୁ ୩୯, ଆମେରିକାରୁ ୧୦ ଜଣ ସନ୍ୟାସୀ ଯୋଗଦେଇଛନ୍ତି । ଏହି ଅବସରରେ ଓଡ଼ିଶାର ବିଭିନ୍ନ କୀର୍ତିରାଜିର ସୁରକ୍ଷା ଓ ସୌନ୍ଦର୍ଯ୍ୟକରଣ ପ୍ରତି ରାଜ୍ୟ ସରକାରଙ୍କ ପଦକ୍ଷେପକୁ ପ୍ରଶଂସା କରିଛନ୍ତି । ଆଜିଠୁ ଧଉଳିରେ ନିର୍ମିତ ଲାଇଟ୍ ଆଣ୍ଡ ସାଉଣ୍ଡ ସୋ’ ପ୍ରଦର୍ଶିତ ହେବ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/10/15-17.jpg)