କର୍ଣ୍ଣାଟକର ଧାରୱାର୍ଡରେ ଥିବା କୁମାରେଶ୍ବରନଗରରେ ଗତ ମଙ୍ଗଳବାରଦିନ କୋଠା ଭୁଷୁଡିବା ଘଟଣାରେ ମୃତ୍ୟୁ ସଂଖ୍ୟା ୧୪କୁ ବୃଦ୍ଧି ପାଇଛି । ଭଙ୍ଗା କଂକ୍ରିଟ ତଳୁ ଉଦ୍ଧାର ହୋଇଥିବା କେତେକ ଲୋକଙ୍କ ଅବସ୍ଥା ଗୁରୁତର ଥିବାରୁ ମୃତ୍ୟୁ ସଂଖ୍ୟା ଆଗକୁ ଆହୁରି ବଢିବାର ଆଶଙ୍କା ରହିଛି । ଏପର୍ଯ୍ୟନ୍ତ ଫସିରହିଥିବା ପ୍ରାୟ ୬୨ ଜଣ ଲୋକଙ୍କୁ ଉଦ୍ଧାର କରି ସ୍ଥାନୀୟ ଜିଲ୍ଲା ହସପିଟାଲ ଓ ହୁବୁଳିସ୍ଥିତ କିମ ହସପିଟାଲରେ ଭର୍ତ୍ତି କରାଯାଇଛି ।
ଗତକାଲି ୨ ଜଣ ଲୋକଙ୍କୁ ଉଦ୍ଧାର କରାଯାଇଥିଲା । ଆହୁରି ୩-୪ ଜଣ ଏଠାରେ ଫସିରହିଥିବା ଆଶଙ୍କା କରାଯାଉଛି । ତେବେ କଂକ୍ରିଟ କାଟି ଫସିରହିଥିବା ଲୋକମାନଙ୍କୁ ଉଦ୍ଧାର କରିବା ଉଦ୍ଧାରକାରୀ ଦଳ ପାଇଁ ସବୁଠାରୁ ବଡ଼ ଚ୍ୟାଲେଞ୍ଜ ଭାବେ ଦେଖାଦେଇଛି । ଏସଡିଆରଏଫ ଓ ଏନଡିଆରଏଫ ପକ୍ଷରୁ ଉଦ୍ଧାର କାମ କରାଯାଉଛି । ଭିତରେ ଫସି ରହିଥିବା ଲୋକମାନଙ୍କୁ ଅମ୍ଳଜାନ ଓ ଓଆରଏସ ଦିଆଯାଉଛି ବୋଲି କହିଛନ୍ତି ସହରର ଡେପୁଟୀ କମିଶନର ଦୀପା ଚୋଲାନ ।ଏହି କୋଠାଟି ଏକ ନିର୍ମାଣାଧୀନ ସପିଂ କଂପ୍ଲେକ୍ସ ଥିଲା ବୋଲି ଜଣାଯାଇଛି । ଏହା ରାଜ୍ୟର ପୂର୍ବତନ ଖଣିମନ୍ତ୍ରୀ ବିନୟ କୁଲକର୍ଣ୍ଣିଙ୍କ ଜଣେ ସଂପର୍କୀୟଙ୍କର ବୋଲି ସନ୍ଦେହ କରାଯାଉଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/03/rescue-operations-underway-after-an-under-807893.jpg)
/kanak/media/post_attachments/wp-content/uploads/2019/03/804467-dharwad-building-collapse-pti-300x169.jpg)