ଝାରସୁଗୁଡ଼ାରେ ବୀର ସୁରେନ୍ଦ୍ର ସାଏ ପ୍ରତିମୂର୍ତ୍ତି ଲୋକାର୍ପଣ ଉତ୍ସବରେ ଧର୍ମେନ୍ଦ୍ରଙ୍କ ବୟାନ । କହିଲେ, ଥିଲେ ପୂର୍ବତନ ସାଂସଦ, ରାଜା ନୀତିଶ ଗଙ୍ଗଦେବ ଚାହିଁଲେ ପୁଣି ଥରେ ହୋଇପାରିବେ ଏମପି ।

159

କନକ ବ୍ୟୁରୋ : ରାଜା ଚାହିଁଲେ ସାଂସଦ ହେବେ? ପୂର୍ବରୁ ସେ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ, ଆଉ ଯଦି ରାଜା ଚାହାଁନ୍ତି, ତେବେ ସେ ପୁଣି ଥରେ ଲୋକସଭାକୁ ନିର୍ବାଚିତ ହୋଇପାରିବେ । ଝାରସୁଗୁଡ଼ା ସଭାରେ ଏଭଳି କିଛି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଆଜି ଝାରସୁଗୁଡ଼ା ବିମାନବନ୍ଦରରେ ବୀର ସୁରେନ୍ଦ୍ର ସାଏଙ୍କ ପ୍ରତିମୂର୍ତ୍ତି ଲୋକାର୍ପଣ ଉତ୍ସବରେ ସାମିଲ ହୋଇଥିଲେ କେନ୍ଦ୍ରମନ୍ତ୍ରୀ । ଏହି ଅବସରରେ ଧର୍ମେନ୍ଦ୍ର କହିଥିଲେ, ଆଗକୁ ସେ ଆଉ ଥରେ ଏମପି ହେବେ ନା ନାହିଁ ସେ ଜାଣି ନାହାଁନ୍ତି । କିନ୍ତୁ ପୂର୍ବତନ ଏମପି ଦେବଗଡ଼ ସବୁଦିନ ରହିବେ । ଆଉ ଯଦି ରାଜା ସାହେବ ଅର୍ଥାତ୍ ସମ୍ବଲପୁର ଏମପି ନିତୀଶ ଗଙ୍ଗଦେବ ଚାହାଁନ୍ତି ସେ ପୁଣି ଥରେ ଲୋକସଭା ଏମପି ହୋଇପାରିବେ ବୋଲି କୌତୁହଳ ଛଳରେ କହିଛନ୍ତି ଧର୍ମେନ୍ଦ୍ର ପ୍ରଧାନ ।