ଧର୍ମେନ୍ଦ୍ରଙ୍କ ‘ଶଶିକଳା ସିଣ୍ଡ୍ରୋମ’ ଆକ୍ଷେପ। ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲେ କେନ୍ଦ୍ରମନ୍ତ୍ରୀ

133

କନକ ବ୍ୟୁରୋ: ପୁଣିଥରେ ଶଶିକଳା ସିଣ୍ଡ୍ରୋମ କଥା ଉଠାଇ ରାଜ୍ୟରେ ଚାଲିଥିବା ଶାସନ ବ୍ୟବସ୍ଥାକୁ କଟାକ୍ଷ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। କଟୁ ସମାଲୋଚନା କରି ସେ କହିଛନ୍ତି, ଗଣତନ୍ତ୍ରର ଲକ୍ଷ୍ମଣ ରେଖା ଭିତରେ ସମସ୍ତେ ରହିବା ଉଚିତ । ରାଜ୍ୟରେ ଏସବୁର ସୀମା ଉଲଂଘନ ହେଉଛି । ଏହା ଭାରତୀୟ ସମ୍ବିଧାନର ବିରୋଧାଚରଣ କରୁଛି ।

ବର୍ତମାନ ରାଜ୍ୟର ଶାସନ ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠାଇଛନ୍ତି କେନ୍ଦ୍ରମନ୍ତ୍ରୀ । ନାଁ ନନେଇ ପ୍ରଶାସନିକ ଅଧିକାରୀଙ୍କୁ ଟାର୍ଗେଟ କରିଛନ୍ତି ଧର୍ମେନ୍ଦ୍ର। ଏହା ସହ ସେ କହିଛନ୍ତି, ନବୀନ ପଟ୍ଟନାୟକ କ୍ଷମତାକୁ ଆସିବା ବେଳେ ଏଭଳି ଶାସନ ବ୍ୟବସ୍ଥା ନଥିଲା । ଏବେ ରାଜ୍ୟର ଶାସନ ବ୍ୟବସ୍ଥା ନବୀନ ବାବୁଙ୍କ ସ୍ୱଭାବ ବିରୋଧୀ ।

ଧର୍ମେନ୍ଦ୍ରଙ୍କ ମନ୍ତବ୍ୟ ଉପରେ ପ୍ରତିକ୍ରିୟା ରଖିଛନ୍ତି ମନ୍ତ୍ରୀ ଅଶୋକ ପଣ୍ଡା । ସେ କହିଛନ୍ତି, ମୁଖ୍ୟମନ୍ତ୍ରୀ ସବୁକିଛି କରୁଛନ୍ତି। ମନ୍ତ୍ରୀ, ବିଧାୟକ ସମସ୍ତେ ନିଜ ନିଜ କାର୍ଯ୍ୟ କରୁଛନ୍ତି । କେନ୍ଦ୍ରମନ୍ତ୍ରୀ ‘ଶଶିକଳା ସିଣ୍ଡ୍ରୋମ’ କଥା କାହିଁକି କହୁଛନ୍ତି ସେ ଜାଣିଥିବେ ।

ଝାରସୁଗୁଡ଼ା ଉପନିର୍ବାଚନ ବେଳେ ରାଜ୍ୟରେ ‘ଶଶିକଳା ସିଣ୍ଡ୍ରୋମ’ ଲକ୍ଷଣ ଦେଖାଦେଉଛି ବୋଲି କହିଥିଲେ ଧର୍ମେନ୍ଦ୍ର। ୪ ମାସ ପରେ ପୁଣିଥରେ ଏହି ପ୍ରସଙ୍ଗ ଉଠାଇଛନ୍ତି କେନ୍ଦ୍ରମନ୍ତ୍ରୀ ।