କନକ ବ୍ୟୁରୋ: ଜମୁଛି ଝାରସୁଗୁଡାରେ ଉପନିର୍ବାଚନ ପ୍ରଚାର । କୋଲାବିରାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରାର୍ଥୀ ଟଙ୍କଧର ତ୍ରିପାଠୀଙ୍କ ପାଇଁ ପ୍ରଚାର କରିଛନ୍ତି । ଧର୍ମେନ୍ଦ୍ର ରାଜ୍ୟ ସରକାରଙ୍କୁ ପ୍ରଶ୍ନ ପଚାରିବା ସହ କିଏ ସେ କଳାପାହାଡ ଯିଏ ରାଜ୍ୟରେ ଶାସନ କରୁଛି ବୋଲି ପ୍ରଶ୍ନ କରିଛନ୍ତି ।

Advertisment

ପ୍ରଚାର ସମୟରେ ଧର୍ମେନ୍ଦ୍ର କିଶୋର ମହାନ୍ତି, ହେମାନନ୍ଦ ବିଶ୍ୱାଳଙ୍କୁ ମନେପକାଇଛନ୍ତି । ନବ ଦାସଙ୍କ ଦେହାନ୍ତ ଅଞ୍ଚଳ ପାଇଁ ବଡ କ୍ଷତି ଥିବା ବେଳେ କୌଣସି ବି ସମୟରେ ଉପନିର୍ବାଚନର ସମୟ ନ ଆସୁ ବୋଲି ସେ କହିଛନ୍ତି । ଧର୍ମେନ୍ଦ୍ର କହିଛନ୍ତି ଦୀପାଳି, ବିଶାଳ ପ୍ରତି ମୋର ସମବେଦନା ରହିଛି କିନ୍ତୁ ରାଜ୍ୟ ସରକାର କାହିଁକି ନବଦାସଙ୍କ ହତ୍ୟା ପଛର କାରଣ କଣ କହୁନାହାନ୍ତି ବୋଲି ସେ ପ୍ରଶ୍ନ ପଚାରିଛନ୍ତି । ଏହା ସହ ସେ ସମର୍ଥ ମୃତ୍ୟୁ ପାଇଁ ଦାୟୀ କିଏ ମୁଖ୍ୟମନ୍ତ୍ରୀ ଉତ୍ତର ଦିଅନ୍ତୁ ବୋଲି ମଧ୍ୟ କହିଥିଲେ ।

ଧର୍ମେନ୍ଦ୍ର କହିଛନ୍ତି ଯେ, ରାଜ୍ୟର କ୍ୟାବିନେଟ ମନ୍ତ୍ରୀ ମାନେ ମୁଖ୍ୟମନ୍ତ୍ରୀଙ୍କୁ ଭେଟୁନାହାନ୍ତି । ଦଳର ବିଧାୟକମାନେ ମୁଖ୍ୟମନ୍ତ୍ରୀଙ୍କୁ ଭେଟୁନାହାନ୍ତି । ରାଜ୍ୟର ମୁଖ୍ୟ ଶାସନ ସଚିବ ଦାୟିତ୍ୱ ନେବା ଦିନଠାରୁ କେବେ ହେଲେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିନଥିବା ବେଳେ ରାଜ୍ୟରେ କିଏ ଶାସନ କରୁଛି ବୋଲି ପ୍ରଶ୍ନ କରିଛନ୍ତି । ଏହା ସହ ରାଜ୍ୟର କିଏ ସେହି କଳାପାହାଡ ଯିଏ ଶାସନ କରୁଛି ବୋଲି ପ୍ରଶ୍ନ କରିଛନ୍ତି ।

କେନ୍ଦ୍ର ସରକାର ୨୩ ହଜାର ଘର ଦେଇଥିଲେ କିନ୍ତୁ ଲୋକଙ୍କୁ ତାହା କାହିଁ କି ମିଳୁନି ବୋଲି ସେ ପ୍ରଶ୍ନ କରିଛନ୍ତି ।