କନକ ବ୍ୟୁରୋ : ଆନ୍ଦୋଳନରେ ଆଇନଜୀବୀ । ମିଳୁନି ବେଲ୍, ଜେଲରେ ବଢୁଛି କଏଦୀଙ୍କ ସଂଖ୍ୟା । ଏ ଘଟଣା ହେଉଛି ସମ୍ବଲପୁର ଜେଲର । ଜେଲ ଆଗରେ ବିଚାରଧୀନ କଏଦୀଙ୍କ ସଂପର୍କୀୟଙ୍କ ଭିଡ଼ । ଛୋଟ ଛୋଟ ମାମଲାରେ ଥିବା କଏଦୀଙ୍କ ଜାମିନ୍ ପାଇଁ ନାକେଦମ୍ ହେଉଛନ୍ତି ପରିବାର ଲୋକ । ସମ୍ବଲପୁର ଜେଲରେ ୫୧୯ ଜଣ କଏଦୀଙ୍କ ପାଇଁ ସ୍ଥାନ ଥିବା ବେଳେ ଏବେ ଏହି ସଂଖ୍ୟା ପହଁଚିଛି ୧୦୫୦ରେ ।

Advertisment

ସେହିପରି ଜୟପୁର ଜେଲର କ୍ଷମତା ୧୫୩ । ସେଠାରେ ମଧ୍ୟ ବିଚାରଧୀନ କଏଦୀଙ୍କ ସଂଖ୍ୟା ଦୁଇଗୁଣା ହୋଇଛି । ଏବେ ଏହି ଜେଲରେ ଅଛନ୍ତି ୩୩୮ ଜଣ କଏଦୀ । ଓଡ଼ିଶାର ଅଧିକାଂଶ ଜେଲରେ ଏହିଭଳି ସ୍ଥିତି । ସ୍ଥାୟୀ ବେଂଚ ପ୍ରତିଷ୍ଠା ଦାବିରେ ସମ୍ବଲପୁର ଓ ଜୟପୁରରେ ଓକିଲମାନେ କାର୍ଯ୍ୟବନ୍ଦ ଆନ୍ଦୋଳନ କରୁଛନ୍ତି । ସେହିପରି କଟକରେ ପୋଲିସ ଓ ଓକିଲଙ୍କ ବିବାଦ ପରେ ଆନ୍ଦୋଳନରେ ବସିଛନ୍ତି ଆଇନଜୀବୀ । ପ୍ରାୟ ୨ ମାସ ଧରି ଆନ୍ଦୋଳନ ଲାଗି ରହିଥିବାରୁ ସୃଷ୍ଟି ହୋଇଛି ଅଚଳାବସ୍ଥା । ଜେଲ ଫାଟକ ଆଗରେ ନିଜ ଲୋକଙ୍କୁ ଭେଟିବାକୁ ସମ୍ପର୍କୀୟଙ୍କ ଭିଡ଼ ଦେଖିବାକୁ ମିଳୁଛି । ନ୍ୟାୟ ପାଇଁ କାହାକୁ ଗୁହାରୀ କରିବେ ତାକୁ ନେଇ ଚିନ୍ତାରେ ପରିବାର ଲୋକ ।

naveen and dharmendra in one dias

ସେପଟେ ଏକ ଭିଡିଓ ଜାରି କରି ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଅଚଳାବସ୍ଥାର ତୁରନ୍ତ ସମାଧାନ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କରିଛନ୍ତି ଧର୍ମେନ୍ଦ୍ର । ଆନ୍ଦୋଳନରୁ ଓହରି କାର୍ଯ୍ୟରେ ଯୋଗ ଦେବାକୁ ପାଇଁ ଅପିଲ୍ କରିଛନ୍ତି ବିଜେଡି ମୁଖପାତ୍ର ସମୀର ଦାଶ । ଆଇନର ବାଟ ଦେଖାଉଥିବା ଆଇନଜୀବୀଙ୍କ ଆନ୍ଦୋଳନ ଦୀର୍ଘ ଦିନ ଧରି  ଲାଗି ରହିଥିବାରୁ ପରିସ୍ଥିତି ଦିନକୁ ଦିନ ସଂଗୀନ ହେବାରେ ଲାଗିଛି । ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି ସାଧାରଣ ଲୋକ ।