କନକ ବ୍ୟୁରୋ: ମୁଖ୍ୟମନ୍ତ୍ରୀଙ୍କୁ କେନ୍ଦ୍ରମନ୍ତ୍ରୀଙ୍କ ପ୍ରଶଂସା । ପାଇକ ବିଦ୍ରୋହର ସ୍ମାରକୀ ନିର୍ମାଣ ପାଇଁ ରାଜ୍ୟ ସରକାର ୧୦ ଏକର ଜମି ପ୍ରଦାନ ପାଇଁ ସମ୍ମତି ପ୍ରଦାନ କରିଛନ୍ତି । ତେଣୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଦାନ । ଏନେଇ ଖୋଦ୍ ଧର୍ମେନ୍ଦ୍ର ନିଜ ଟ୍ୱିଟରେ ଟ୍ୱିଟ୍ କରି ନବୀନଙ୍କୁ ଧନ୍ୟବାଦ ଦେଇଛନ୍ତି ।
ପାଇକ ବିଦ୍ରୋହର ସ୍ମାରକି ନିର୍ମାଣ ପାଇଁ ରାଜ୍ୟ ସରକାର 10 ଏକର ପରିମିତ ଜମି ପ୍ରଦାନ ପାଇଁ ସମ୍ମତି ପ୍ରଦାନ କରିଛନ୍ତି । ଏଥିପାଇଁ ମୁଖ୍ୟମନ୍ତ୍ରୀ @Naveen_Odisha ଙ୍କୁ ଧନ୍ୟବାଦ ।
— Dharmendra Pradhan (@dpradhanbjp) September 6, 2019
ସରକାରଙ୍କ ଏହି ସମ୍ମତି ଫଳରେ ପାଇକ ବିଦ୍ରୋହର ସ୍ମାରକି ନିର୍ମାଣର ପ୍ରସ୍ତୁତି ଆଉ ଗୋଟିଏ ପାଦ ଆଗକୁ ଯାଇଛି ଏବଂ ଏଥିପାଇଁ ଜଣେ ଓଡିଆ ଭାବରେ ସେ ଗର୍ବିତ ବୋଲି ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି । ଓଡିଶା ଓ ସାରା ଦେଶର ଯୁବପୀଢିଙ୍କ ପ୍ରେରଣାର ଉତ୍ସ କରିବା ପାଇଁ ଏହି ସ୍ମାରକି ନିର୍ମାଣର ପରିକଳ୍ପନା କରାଯାଇଛି, ଏହି ସ୍ମାରକି ଖୁବ ଶୀଘ୍ର ସମସ୍ତଙ୍କ ସହଯୋଗରେ ନିର୍ମାଣ ହେବ ।
ଏପରିକି କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ପାଇକ ବିଦ୍ରୋହର ୨ଶହ ବର୍ଷ ପୂର୍ତି ଅବସରରେ କେନ୍ଦ୍ର ସରକାରଙ୍କ ବଜେଟରେ ବିଶେଷ ବ୍ୟବସ୍ଥା କରାଯାଇଛି । ବ୍ରିଟିଶ ଶାସନ ବିରୋଧରେ ଦେଶର ପ୍ରଥମ ସଙ୍ଗଠିତ ସଶସ୍ତ୍ର ସଂଗ୍ରାମ ପାଇକ ବିଦ୍ରୋହ ଓଡିଶା ମାଟିରୁ ହିଁ ହୋଇଥିଲା ଏହି ଅନନ୍ୟ ଇତିହାସକୁ ଆଗାମୀ ଶତାବ୍ଦୀ ଶତାବ୍ଦୀ ପର୍ଯ୍ୟନ୍ତ ଓଡିଶା ଓ ସାରା ଦେଶର ଯବପୀଢିଙ୍କ ପ୍ରେରଣାର ଉତ୍ସ କରିବା ପାଇଁ ଏହି ସ୍ମାରକି ନିର୍ମାଣର ପରିକଳ୍ପନା କରାଯାଇଛି ।