ସ୍ଥାନୀୟ ପ୍ରସଙ୍ଗ ଉଠାଇ ରାଜ୍ୟ ସରକାରଙ୍କୁ ଧର୍ମେନ୍ଦ୍ରଙ୍କ ଟାର୍ଗେଟ୍ । ତିର୍ତୋଲ ଜନତାକୁ ସମ୍ବୋଧନ କରି କେନ୍ଦ୍ରମନ୍ତ୍ର କହିଲେ, କାହିଁକି ବନ୍ଦ ହେଲା ସୂତାକଳ, କାହିଁକି ଧରାପଡ଼ୁ ନାହାଁନ୍ତି ଦୁର୍ନୀତିର ବଡ଼ କାର୍ପଟଦାର । 

119

କନକ ବ୍ୟୁରୋ : ତିର୍ତ୍ତୋଲ ଉପ-ନିର୍ବାଚନ ପ୍ରଚାର ମୈଦାନରେ ଏଣ୍ଟ୍ରି କରି ନବୀନ ସରକାରଙ୍କୁ ଟାର୍ଗେଟ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧମେନ୍ଦ୍ର ପ୍ରଧାନ । ଧମେନ୍ଦ୍ର କହିଛନ୍ତି କେନ୍ଦ୍ର ଟଙ୍କା ଦେଇଛି, ଖାଇବା-ପିଇବା ପଇସା ଦେଇଛି, ଏତେ ସବୁ ଦେବାପରେ ଓଡିଶା କାହିଁକି ବିଫଳ ହୋଇଛି । ଲୋକେ କେମିତି ଏ ସରକାରକୁ ବିଶ୍ୱାସ କରିବେ ବୋଲି ପ୍ରଶ୍ନ କରିଛନ୍ତି ଧମେନ୍ଦ୍ର । ଏହାଛଡା କିଛି ସ୍ଥାନୀୟ ପ୍ରସଙ୍ଗ- ମାମୁଁ ଭଣଜା ଘାଇରେ କେଉଁ ଠିକାଦାରଙ୍କ ପକେଟ୍ ଭରିବାକୁ ଉଦ୍ୟମ କରାଯାଇଛି ବୋଲି ପ୍ରଶ୍ନ ଉଠାଇଛନ୍ତି ।

ଉପ-ନିର୍ବାଚନରେ ସ୍ଥାନୀୟ ପ୍ରସଙ୍ଗ । ଟାର୍ଗେଟରେ ରାଜ୍ୟ ସରକାର । ତିର୍ତୋଲ ଉପ-ନିବାଚନ ପୂର୍ବରୁ ବିଜେପିର ଷ୍ଟାର ପ୍ରଚାରକ ତଥା ରାଜ୍ୟ ବିଜେପିର ସବୁଠାରୁ ବଡ଼ ଚେହେରା, ଧର୍ମେନ୍ଦ୍ର ପ୍ରଧାନ ବାଛି ବାଛି ଏମିତି କିଛି ପ୍ରସଙ୍ଗ ଉଠାଇଛନ୍ତି ଯାହାକୁ ନେଇ ଜଗତସିଂପୁର ଜିଲ୍ଲାରେ ସବୁଠୁ ଅଧିକ ଚର୍ଚ୍ଚା । ରାଜ୍ୟ ସରକାରଙ୍କୁ ଧର୍ମେନ୍ଦ୍ର ପ୍ରଶ୍ନ କରିଛନ୍ତି- ଶାରଳା ସୂତା କଳ ବନ୍ଦ ହେଲା କାହିଁକି? ତିର୍ତୋଲ ନିର୍ବାଚନ ମଣ୍ଡଳୀର ଲୋକଙ୍କୁ କାମ ପାଇଁ ରାଜ୍ୟ ବାହାରକୁ କାହିଁକି ଯିବାକୁ ପଡ଼ିଲା । ସେହିପରି ଘାଇ ବିସ୍ଫୋରଣ ପଛରେ କେଉଁ ଠିକାଦାରଙ୍କ ପକେଟ ଭରିବାକୁ ଉଦ୍ୟମ ହୋଇଥିଲା ବୋଲି ପ୍ରଶ୍ନ କରିଛନ୍ତି । ଆଉ ଏହାରି ଭିତରେ ସରକାରୀ ଅଧିକାରୀଙ୍କ ନାଁରେ ଆସୁଥିବା ଦୁର୍ନୀତି ଏବଂ ବେରୋଜଗାରୀ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଟର୍ଗେଟ୍ କରିଛନ୍ତି ଧର୍ମେନ୍ଦ୍ର ।

ଏପଟେ କଂଗ୍ରେସ ବି ପ୍ରଚାର ମୈଦାନରେ ପଛରେ ପଡ଼ିନି । ପ୍ରଚାର ପାଇଁ ତିର୍ତୋଲ ନିର୍ବାଚନ ମଣ୍ଡଳୀରେ ପହଞ୍ଚିଛନ୍ତି କଂଗ୍ରେସର ବରିଷ୍ଠ ଟିମ୍ । ରାଜ୍ୟ ପ୍ରଭାରୀ ଡକ୍ଟର ଏ. ଚେଲାକୁମାର, ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, କଂଗ୍ରେସ ବିଧାୟକ ଦଳ ନେତା ନିରସିଂହ ମିଶ୍ର, ରଘୁନାଥପୁର ଜୟପୁର ପଡ଼ିଆରେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି । ମନରୋଗା, ଟଙ୍କିକିଆ ଚାଉଳକୁ ନେଇ ନେଇ ଉଭୟ ବିଜେଡି ଓ ବିଜେପି ରାଜନୀତି କରୁଛନ୍ତି ବୋଲି ଅଭିିଯାଗ କରିଛନ୍ତି । ଏପଟେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର, ଲୋକଙ୍କୁ ପ୍ରତାରିତ କରିଛନ୍ତି ବୋଲି କହିଛନ୍ତି ପିସିସି ସଭାପତି ।

ବିଜେପି ଓ କଂଗ୍ରେସର ଏହି ପ୍ରଚାର ଭିତରେ ଆଉ ଗୋଟିଏ ପାଦ ଆଗକୁ ଯାଇ, ବୁଥ ଓ ୱାର୍ଡ ସ୍ତରରେ ପ୍ରଚାର କରୁଛି ବିଜେଡି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟତା ଏବଂ ତୃଣମୁଳସ୍ତରରେ ରାଜ୍ୟ ସରକାରଙ୍କ କାମକୁ ନେଇ ଭୋଟରଙ୍କ ପାଖରେ ପହଞ୍ଚିଛି ବିଜେଡି ।