କନକ ବ୍ୟୁରୋ : ରାଜ୍ୟ ଓ କେନ୍ଦ୍ରର ମିଳିତ କର୍ମଶାଳାରେ ପୁଣି ରାଜ୍ୟ ସରକାରଙ୍କୁ ଧର୍ମେନ୍ଦ୍ର ପ୍ରଧାନଙ୍କ ଟାର୍ଗେଟ୍ । ଭୁବନେଶ୍ୱରରେ ଆୟୋଜିତ ହୋଇଛି ଶିଶୁ ଓ ମହିଲାଙ୍କ କ୍ଷେତ୍ରରେ ପଂଚାୟତିରାଜ ବିଭାଗର ଭୂମିକା ନେଇ ଜାତୀୟ କର୍ମଶାଳା ମଂଚରେ ପଂଚାୟତିରାଜ ମନ୍ତ୍ରୀ ପ୍ରଦୀପ ଅମାତ ଓ ସଚିବ ସୁଶୀଲ କୁମାର ଲୋହାନୀଙ୍କ ଉପସ୍ଥିତିରେ କେତେକ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି କେନ୍ଦ୍ରମନ୍ତ୍ରୀ ।
ଧର୍ମେନ୍ଦ୍ର କହିଛନ୍ତି, ପଞ୍ଚାୟତରାଜି ଫଣ୍ଡରେ ହାତ ନ ମାରନ୍ତୁ ରାଜ୍ୟ ସରକାର । ପଞ୍ଚଦଶ ଅର୍ଥ କମିଶନରୁ ଓଡିଶାକୁ ୮୫୦୦ କୋଟି ଆସିଛି ।ପଞ୍ଚାୟତିରାଜ ବ୍ୟବସ୍ଥାକୁ ସାମ୍ବିଧାନିକ ଅଧିକାର ଦିଆଯାଇଛି। ଦିଲ୍ଳୀରୁ ସିଧା ଅର୍ଥ ପଞ୍ଚାୟତ ପାଇଁ ଆସୁଛି । ହେଲେ କନଭରଜେନ୍ସ ନାଁରେ ଦିଲ୍ଳୀ ପଳାଉଛି। କନଭରଜେନ୍ସ ନାଁରେ ରାଜ୍ୟ ସରକାର ଟଙ୍କା ଉଠାଇ ଦେଉଛନ୍ତି। ହେଲେ ଏହା ଉଚିତ୍ ନୁହେଁ । ଓଡ଼ିଶାରେ ରାଜସ୍ଵର ଅଭାବ ନାହିଁ। ସରପଞ୍ଚ, ଜିଲ୍ଳା ପରିଷଦ, ଅଧ୍ୟକ୍ଷଙ୍କ ପାଣ୍ଠିରେ ରାଜ୍ୟ ସରକାର ହାତ ନମାରିଲେ ଭଲ । ନାଚ ଗୀତରେ ୩୦୦୦ କୋଟି ଖର୍ଚ୍ଚ କରିଦେଲେ। । ପଂଚଦଶ ଅର୍ଥ କମିଶନରେ ଅଧିକ ଅର୍ଥ ବରାଦ ହୋଇଥିଲେ ମଧ୍ୟ ପଂଚାୟତିରାଜ ସଂସ୍ଥାଗୁଡିକ ଦାୟିତ୍ୱ ନନେଲେ କେନ୍ଦ୍ରୀୟ ଯୋଜନା କାର୍ଯ୍ୟକାରୀ ହୋଇପାରିବ ନାହିଁ ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ତେଣୁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ ଏଥି ପ୍ରତି ଦୃଷ୍ଟି ଦିଅନ୍ତୁ ବୋଲି ଧର୍ମେନ୍ଦ୍ର କହିଛନ୍ତି ।

Advertisment

ସେହିଭଳି ଧର୍ମେନ୍ଦ୍ର କହିଛନ୍ତି, ଦେଶର ଛାତ୍ରଛାତ୍ରୀଙ୍କୁ ଉନ୍ନତ ମାନର ଶିକ୍ଷା ପ୍ରଦାନ ପାଇଁ ପିଏମଶ୍ରୀ ସ୍କୁଲ ଯୋଜନା ଆରମ୍ଭ କରିଛନ୍ତି କେନ୍ଦ୍ର ସରକାର । ଦେଶରେ ପ୍ରାୟ ୧୪ ହଜାର ସ୍କୁଲ ଖୋଲିବାକୁ ଯୋଜନା ରହିଛି । ପ୍ରତି ବ୍ଲକରେ ୨ଟି ଲେଖାଏଁ ସ୍କୁଲ ଖୋଲାଯିବ । ଯାହାକୁ ରାଜ୍ୟ ସରକାର ଚୟନ କରିବେ । ଏହି କ୍ରମରେ ଓଡିଶାରେ ପ୍ରାୟ ୮ଶହ ପିଏମଶ୍ରୀ ସ୍କୁଲ ଖୋଲିବାକୁ ନିଷ୍ପତି ହୋଇଛି ଏବଂ ୧୬ଶହ କୋଟି ଟଙ୍କା ଖର୍ଚ୍ଚ କରାଯିବ । ହେଲେ ରାଜ୍ୟ ସରକାର ଏଥିପାଇଁ ଏମଓୟୁ କରୁନଥିବା ଅଭିଯୋଗ କରିଛନ୍ତି ଧର୍ମେନ୍ଦ୍ର ପ୍ରଧାନ ।