କନକ ବ୍ୟୁରୋ : ବରଗଡ ଗସ୍ତରେ ବିଭିନ୍ନ ପ୍ରକଳ୍ପର ଉଦଘାଟନ ଓ ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ । ୨୧୪୯ କୋଟି ଟଙ୍କା ମୂଲ୍ୟର ୬୨ଟି ଉନ୍ନୟନ ପ୍ରକଳ୍ପର ଉଦଘାଟନ ଓ ୨୬୩ କୋଟି ବ୍ୟୟରେ ୨୧ଟି ପ୍ରକଳ୍ପର ଭିତିପ୍ରସ୍ତର ସ୍ଥାପନ କରିଛନ୍ତି ନବୀନ ପଟ୍ଟନାୟକ । ତେବେ ଏହାକୁ ଭେଳିକି ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସମ୍ବଲପୁର ଗସ୍ତରେ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କରିଛନ୍ତି କେନ୍ଦ୍ରମନ୍ତ୍ରୀ । କହିଛନ୍ତି ସାଙ୍କେତିକ ପ୍ରକଳ୍ପରେ ଲୋକଙ୍କର ବିକାଶ ହୁଏ ନାହିଁ । ୨୦୨୪ ଫେବୃଆରୀ ଶେଷ ହେବାକୁ ବସିଲାଣି, ପଦ୍ମପୁର ଜିଲ୍ଲା କୁଆଡେ ଗଲା ବୋଲି ପ୍ରଶ୍ନ କରିଛନ୍ତି । ଏ ଭଳି ଭେଳିକୁ ଲମ୍ବା ସମୟ ଧରି ଲୋକଙ୍କୁ ପ୍ରଭାବିତ କରିବ ନାହିଁ ବୋଲି କହିଛନ୍ତି ଧର୍ମେନ୍ଦ୍ର ପ୍ରଧାନ ।
ଆଜି ମୁଖ୍ୟମନ୍ତ୍ରୀ ବରଗଡ ଗସ୍ତରେ ଯାଇ ଗଙ୍ଗାଧର ମେହେର ଜଳସେଚନର ପ୍ରକଳ୍ପର ଲୋକାର୍ପଣ କରିଥିବା ବେଳେ କର୍କଟ ରୋଗ ଚିକିତ୍ସା କେନ୍ଦ୍ରର ଉଦଘାଟନ କରିଛନ୍ତି । ଏବେ ଓଡ଼ିଶାରେ ରୂପାନ୍ତରଣର ପର୍ବ ଚାଲିଛି । ବରଗଡ ମଧ୍ୟ ଏଥିରେ ସାମିଲ ହୋଇଛି ବୋଲି କହିଥିଲେ ମୁଖ୍ୟମନ୍ତ୍ରୀ ।