ନବୀନଙ୍କ ଭାଷଣରେ କେନ୍ଦ୍ରୀୟ ଅବହେଳା ଅଭିଯୋଗର କଡା ଜବାବ ରଖିଲେ ଧର୍ମେନ୍ଦ୍ର । କହିଲେ, ମୁଖ୍ୟମନ୍ତ୍ରୀଙ୍କ ଭାଷଣରେ ନାହିଁ ୫ ବର୍ଷରେ ଉପଲବ୍ଧିର କଥା

Advertisment
ନବୀନଙ୍କ ଭାଷଣରେ କେନ୍ଦ୍ରୀୟ ଅବହେଳା ଅଭିଯୋଗର କଡା ଜବାବ ରଖିଲେ ଧର୍ମେନ୍ଦ୍ର । କହିଲେ, ମୁଖ୍ୟମନ୍ତ୍ରୀଙ୍କ ଭାଷଣରେ ନାହିଁ ୫ ବର୍ଷରେ ଉପଲବ୍ଧିର କଥା

କନକ ବ୍ୟୁରୋ: ଗୋଟିଏ ପଟେ, ଓଡିଶାରେ ପଂଚମ ଥର ପାଇଁ ସରକାର ଗଢିବାକୁ ବିଜେଡି ସୁପ୍ରିମୋ ତଥା ନବୀନ ପଟ୍ଟନାୟକ ମାରାଥନ ପ୍ରଚାର ଜାରି ରଖିଥିବା ବେଳେ ଅନ୍ୟପଟେ ନବୀନଙ୍କ ଭାଷଣରେ ବାରମ୍ବାର କେନ୍ଦ୍ରୀୟ ଅବହେଳା ଅଭିଯୋଗକୁ ନେଇ ଚିହିଁକି ଉଠିଛି ବିଜେପି । ବିଜେଡି ପାଖରେ ବିଷୟ ନାହିଁ, ପ୍ରସଙ୍ଗ ନାହିଁ । ଏକ ପ୍ରସଙ୍ଗ ବିହୀନ ନିର୍ବାଚନ ନବୀନ ଲଢୁଛନ୍ତି ବୋଲି କହିବା ସହ ନବୀନଙ୍କ ଭାଷଣରେ କେବଳ କେନ୍ଦ୍ରୀୟ ଅବହେଳାକୁ ପ୍ରାସଙ୍ଗିକତା କରାଯାଉଥିବା ଭଳି ସଂଗୀନ ଅଭିଯୋଗ ଆଣିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଧର୍ମେନ୍ଦ୍ର କହିଛନ୍ତି କି, ମୁଖ୍ୟମନ୍ତ୍ରୀଙ୍କ ଭାଷଣରେ ୫ ବର୍ଷରେ ଉପଲବ୍ଧିର କଥା ନାହିଁ । କେବଳ ମୋଦିଙ୍କୁ ଗାଳି ଦେବା ଛଡା ପ୍ରଚାର କରିବା ପାଇଁ ନବୀନଙ୍କ ପାଖରେ କିଛି ପ୍ରସଙ୍ଗ ନାହିଁ ।

publive-image

କେନ୍ଦ୍ର ମନ୍ତ୍ରୀଙ୍କ ଅଭିଯୋଗ ରହିଛି କି, ଓଡିଶାରେ ବର୍ତ୍ତମାନ ଆଇନ ଶୃଂଖଳା ବିପର୍ଯ୍ୟସ୍ତ ଅବସ୍ଥାରେ । ମହିଳାଙ୍କ ସୁରକ୍ଷାର ନାରା ଦେଉଥିବା ମୁଖ୍ୟମନ୍ତ୍ରୀଙ୍କ ନାକ ତଳେ ମହିଳାଙ୍କ ପ୍ରତି ଅତ୍ୟାଚାର ହେଉଛି କିନ୍ତୁ ନବୀନବାବୁ ଏସବୁ ଦେଖି ମଧ୍ୟ କାହିଁକି ଚୁପ ବସିଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ଧର୍ମେନ୍ଦ୍ର । ସେ ଆହୁରୀ ମଧ୍ୟ କହିଛନ୍ତି, ମାର୍ଚ୍ଚ ୨୪ରୁ ମୁଖ୍ୟମନ୍ତ୍ରୀ ଓଡିଶାରେ ଔପଚାରିକ ଭାବରେ ନିଜର ପ୍ରଚାର ଅଭିଯାନ ଆରମ୍ଭ କଲେଣି । ଏନେଇ ୨୦ ଦିନ ମଧ୍ୟ ବିତି ଗଲାଣି ହେଁ ନବୀନବାବୁ ୧୯ ବର୍ଷ ଶାସନ ଦାୟିତ୍ୱରେ ରହିବା ପରେ, ଚାରି ଚାରି ଥର ମୁଖ୍ୟମନ୍ତ୍ରୀ ହେବା ବି ବିଜୁ ଜନତା ଦଳ ତଥା ତାଙ୍କ ପାଖରେ କୌଣସି ପ୍ରସଙ୍ଗ ନାହିଁ । କେବଳ ନରେନ୍ଦ୍ର ମୋଦିଙ୍କୁ ଗାଳି ଦେବା, କେନ୍ଦ୍ରୀୟ ଅବହେଳାର ସୁଆଙ୍ଗ ରଚାଇବା , ବିତୃଷ୍ଣା ତିଆରି କରିବା ଛଡା ବିଜେଡି ନିକଟରେ ଅନ୍ୟ କୌଣସି ପ୍ରସଙ୍ଗ ନାହିଁ ବୋଲି ନବୀନଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

publive-image

ଏପରିକି ପଂଚମ ଥର ଜିତିବା ପାଇଁ ଓଡିଆ ଲୋକଙ୍କୁ କଣ ଦେବେ, ଓଡିଶାବାସୀଙ୍କ ପ୍ରତି ଦଳର କଣ ଦୃଷ୍ଟିକୋଣ ରହିଛି । ୧୯ ବର୍ଷରେ ନବୀନବାବୁ କଣସବୁ କରିଛନ୍ତି, ସେ ତାଙ୍କ ପ୍ରଚାର କାର୍ଯ୍ୟକ୍ରମରେ କୌଣସି ଗୋଟିଏ ଜାଗାରେ ବି ପଦୁଟିଏ ହେଲେ କହୁନାହାନ୍ତି । ଖାଲି କେନ୍ଦ୍ରର ଅବହେଳାର ସୁଆଙ୍ଗ ରଚାଇବା ଛଡା ନବୀନଙ୍କ ଭାଷଣରେ ଅନ୍ୟ କିଛି ବିଷୟ ନଥିବା କହିଛନ୍ତି ଧର୍ମେନ୍ଦ୍ର ପ୍ରଧାନ । ବିଜେଡି ପାଖରେ ପ୍ରସଙ୍ଗ ନାହିଁ, ବିଷୟ ନାହିଁ । ଏକ ପ୍ରସଙ୍ଗ ବିହୀନ ନିର୍ବାଚନ ନବୀନବାବୁ ଲଢୁଛନ୍ତି କହି କଟାକ୍ଷ କରିବା ସହ ଓଡିଶାବାସୀ ବିଜେପି ସରକାରଙ୍କ ଡବଲ ଇଂଜିନ ସରକାରଙ୍କୁ ବିଶ୍ୱାସ କରି ତାଙ୍କୁ ବିପୁଳ ମାତ୍ରାରେ ଭୋଟ୍ ଦେଇ ଜୟଯୁକ୍ତ କରିବେ ବୋଲି ଦମ୍ଭୋକ୍ତି ଦେଖାଇଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe