କନକ ବ୍ୟୁରୋ : ଧର୍ମେନ୍ଦ୍ର ସାହୁ ଆତ୍ମହତ୍ୟା ଘଟଣା ଓ ଅର୍ଚ୍ଚନା ନାଗଙ୍କ ନେତା ମନ୍ତ୍ରୀଙ୍କ ସହ ଫଟୋ ଭାଇରାଲ ଘଟଣାରେ ସରକାରଙ୍କୁ ଘେରିଛି ବିଜେପି । ଏହି ଦୁଇ ଦୁଇଟି ଘଟଣା ନେଇ ସରକାରଙ୍କୁ ଟାର୍ଗେଟ କରିଥିବା ବେଳେ ସତ୍ୟସତ୍ୟ ସାମନାକୁ ଆଣିବାକୁ ଦାବି କରିଛି ।

Advertisment

ପୁଲିସର ନିଷ୍କ୍ରିୟତାକୁ ନେଇ ପ୍ରଶ୍ନ କରିବା ସହ ଆସନ୍ତାକାଲି ପୁଲିସ କମିଶନରେଟ ଅଫିସ ଆଗରେ ଅହୋରାତ୍ର ଆନ୍ଦୋଳନ କରିବାକୁ ଚେତାବନୀ ଦେଇଛି । ଯେପର୍ଯ୍ୟନ୍ତ ସତ ସାମ୍ନାକୁ ନଆସିଛି ସେପର୍ଯ୍ୟନ୍ତ ବିଜେପି ପକ୍ଷରୁ ପ୍ରତିବାଦ ଜାରି ରହିବ । ୪୮ଘଣ୍ଟା ଭିତରେ ଧର୍ମେନ୍ଦ୍ର ସାହୁ ଘଟଣାରେ ମନ୍ତ୍ରୀଙ୍କୁ ତଦନ୍ତ ପରିସରଭୁକ୍ତ କରିବାକୁ ଦାବି କରିଛି ଦଳ । ତା ସହ ଅର୍ଚ୍ଚନା ନାଗ ଘଟଣାରେ ସମ୍ପୃକ୍ତ ଥିବା ନେତାଙ୍କ ସମ୍ପୃକ୍ତିକୁ ସାମନାକୁ ନଆଣିଲେ ଘଂଟା ଘଂଟା ଧରି ମୁଖ୍ୟମନ୍ତ୍ରୀଙ୍କ ବାସଭବନକୁ ଘେରିବାକୁ ବିଜେପି ପକ୍ଷରୁ ଚେତାବନୀ ଦିଆଯାଇଛି ।