ଅମିତ ଶାହାଙ୍କ ଉପସ୍ଥିତିରେ ଆୟୁଷ୍ମାନ ପାଇଁ ନବୀନଙ୍କୁ ନିବେଦନ କଲେ ଧର୍ମେନ୍ଦ୍ର । କହିଲେ, କେନ୍ଦ୍ରରେ ଆୟୁଷ୍ମାନ ଗ୍ରହଣ କରୁ ଓଡ଼ିଶା ।

Advertisment
ଅମିତ ଶାହାଙ୍କ ଉପସ୍ଥିତିରେ ଆୟୁଷ୍ମାନ ପାଇଁ ନବୀନଙ୍କୁ ନିବେଦନ କଲେ ଧର୍ମେନ୍ଦ୍ର । କହିଲେ, କେନ୍ଦ୍ରରେ ଆୟୁଷ୍ମାନ ଗ୍ରହଣ କରୁ ଓଡ଼ିଶା ।

କନକ ବ୍ୟୁରୋ : ଆୟୁଷ୍ମାନ ଯୋଜନାକୁ ଓଡିଶାରେ ଲାଗୁ କରାଇବାକୁ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କେନ୍ଦ୍ରମନ୍ତ୍ରୀ କହିଛନ୍ତି , ମୁଖ୍ୟମନ୍ତ୍ରୀଙ୍କ ପୋତ୍ସାହନରେ ରାଜ୍ୟରେ ଘରୋଇ ସ୍ୱାସ୍ଥ୍ୟସେବା ବଢ଼ିଚାଲିଛି, ସେଥିପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ । ତେବେ ଓଡିଶାରେ କେନ୍ଦ୍ର ସରକାରଙ୍କ ମେଗା ସ୍ୱାସ୍ଥ୍ୟ ଯୋଜନା ଆୟୁଷ୍ମାନ ଭାରତକୁ ଲାଗୁ କରାଯିବା ଉଚିତ ।

ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ଗୃହମନ୍ତ୍ରୀ ଶାହ ସମ୍‌ ଅଲ୍‌ଟିମେଟ ମେଡିକେୟାର୍ ହସ୍ପିଟାଲର ଉଦଘାଟନ କରିଛନ୍ତି। ଏହି ଅବସରରେ ସେ ସମ୍ ଅଲ୍ଟିମେଟ୍ ମେଡିକେୟାର ପ୍ରତିଷ୍ଠା ଉଦ୍ୟମକୁ ପ୍ରଶଂସା କରିବା ସହ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ କହିଛନ୍ତି ଯେ ସରକାରୀ ମେଡିକାଲ୍ କଲେଜ ରୋଗୀସେବା ପାଇଁ ଯଥେଷ୍ଟ ନୁହେଁ । ଏ କ୍ଷେତ୍ରରେ ଘରୋଇ ଉଦ୍ୟୋଗୀଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ସମ୍ ଅଲ୍ଟିମେଟ୍ ମେଡିକେୟାର ରାଜ୍ୟବାସୀଙ୍କୁ ଉତ୍ତମ ସେବା ଯୋଗାଇବ ବୋଲି ଅମିତ ଶାହ ଆଶା ପ୍ରକାଶ କରିଛନ୍ତି।

ସେହିଭଳି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି, ଏହି ହସ୍ପିଟାଲରେ ଓଡିଶାବାସୀଙ୍କୁ ମିଳିବ ଉତ୍ତମ ସ୍ୱାସ୍ଥ୍ୟ ସେବା । ଏହି ଅତ୍ୟାଧୁନିିକ ହସ୍ପିଟାଲ ରାଜ୍ୟବାସୀଙ୍କୁ ଭଲ ଚିକିତ୍ସା ସୁବିଧା ଯୋଗାଇଦେବ । ଏହି ଅବସରରେ ରାଜ୍ୟରେ ଉତ୍ତମ ସ୍ୱାସ୍ଥ୍ୟସେବା ମିଳିବାକୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe