ନିର୍ବାଚନୀ ସଭାରେ ମୁଖ୍ୟମନ୍ତ୍ରୀଙ୍କୁ ଧର୍ମେନ୍ଦ୍ରଙ୍କ ପ୍ରଶ୍ନବାଣ। କ୍ୟାବିନେଟ୍ ମନ୍ତ୍ରୀ ନବ ଦାସଙ୍କୁ କାହିଁକି ହତ୍ୟା କରାଗଲା, ମାଗିଲେ ଉତ୍ତର

Advertisment
ନିର୍ବାଚନୀ ସଭାରେ ମୁଖ୍ୟମନ୍ତ୍ରୀଙ୍କୁ ଧର୍ମେନ୍ଦ୍ରଙ୍କ ପ୍ରଶ୍ନବାଣ। କ୍ୟାବିନେଟ୍ ମନ୍ତ୍ରୀ ନବ ଦାସଙ୍କୁ କାହିଁକି ହତ୍ୟା କରାଗଲା, ମାଗିଲେ ଉତ୍ତର

କନକ ବ୍ୟୁରୋ: ଝାରସୁଗୁଡ଼ାରେ ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ପ୍ରଚାର ବେଳେ ଧର୍ମେନ୍ଦ୍ର ରାଜ୍ୟ ସରକାରଙ୍କୁ ପ୍ରଶ୍ନ ଉପରେ ପ୍ରଶ୍ନ ପଚାରିଛନ୍ତି । ଦିନ ଦ୍ୱିପ୍ରହରରେ କ୍ୟାବିନେଟ୍ ମନ୍ତ୍ରୀ ନବ ଦାସଙ୍କୁ ହତ୍ୟା କରାଗଲା । କିନ୍ତୁ ହତ୍ୟା ପଛର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ କଲେ ନାହିଁ ରାଜ୍ୟ ସରକାର । ସେହିପରି ଝାରସୁଗୁଡ଼ାରେ ନାବାଳକ ସମର୍ଥ ଅଗ୍ରୱାଲ ଅପହରଣ ଓ ହତ୍ୟା ଘଟଣାକୁ ନେଇ ସରକାରଙ୍କୁ ଘେରିଛନ୍ତି କେନ୍ଦ୍ରମନ୍ତ୍ରୀ ।

ପ୍ରଚାର ସମୟରେ ଧର୍ମେନ୍ଦ୍ର କିଶୋର ମହାନ୍ତି, ହେମାନନ୍ଦ ବିଶ୍ୱାଳଙ୍କୁ ମନେପକାଇଛନ୍ତି । ନବ ଦାସଙ୍କ ଦେହାନ୍ତ ଅଞ୍ଚଳ ପାଇଁ ବଡ କ୍ଷତି ଥିବା ବେଳେ କୌଣସି ବି ସମୟରେ ଉପନିର୍ବାଚନର ସମୟ ନ ଆସୁ ବୋଲି ସେ କହିଛନ୍ତି । ଧର୍ମେନ୍ଦ୍ର କହିଛନ୍ତି ଦୀପାଳି, ବିଶାଳ ପ୍ରତି ମୋର ସମବେଦନା ରହିଛି କିନ୍ତୁ ରାଜ୍ୟ ସରକାର କାହିଁକି ନବଦାସଙ୍କ ହତ୍ୟା ପଛର କାରଣ କଣ କହୁନାହାନ୍ତି ବୋଲି ସେ ପ୍ରଶ୍ନ ପଚାରିଛନ୍ତି । ଏହା ସହ ସେ ସମର୍ଥ ମୃତ୍ୟୁ ପାଇଁ ଦାୟୀ କିଏ ମୁଖ୍ୟମନ୍ତ୍ରୀ ଉତ୍ତର ଦିଅନ୍ତୁ ବୋଲି ମଧ୍ୟ କହିଥିଲେ ।

ଧର୍ମେନ୍ଦ୍ର କହିଛନ୍ତି ଯେ, ରାଜ୍ୟର କ୍ୟାବିନେଟ ମନ୍ତ୍ରୀ ମାନେ ମୁଖ୍ୟମନ୍ତ୍ରୀଙ୍କୁ ଭେଟୁନାହାନ୍ତି । ଦଳର ବିଧାୟକମାନେ ମୁଖ୍ୟମନ୍ତ୍ରୀଙ୍କୁ ଭେଟୁନାହାନ୍ତି । ରାଜ୍ୟର ମୁଖ୍ୟ ଶାସନ ସଚିବ ଦାୟିତ୍ୱ ନେବା ଦିନଠାରୁ କେବେ ହେଲେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିନଥିବା ବେଳେ ରାଜ୍ୟରେ କିଏ ଶାସନ କରୁଛି ବୋଲି ପ୍ରଶ୍ନ କରିଛନ୍ତି । ଏହା ସହ ରାଜ୍ୟର କିଏ ସେହି କଳାପାହାଡ ଯିଏ ଶାସନ କରୁଛି ବୋଲି ପ୍ରଶ୍ନ କରିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe