କନକ ବ୍ୟୁରୋ: ନିର୍ବାଚନୀ ପ୍ରଚାର ଭିତରେ ସମୟ କାଢି ଅଗ୍ନିବୀର ଆଶାୟୀଙ୍କ ସହ ଆଲୋଚନା କରିଛନ୍ତି କେନ୍ଦ୍ରମନ୍ତ୍ରୀ ତଥା ସମ୍ବଲପୁର ସଂସଦୀୟ କ୍ଷେତ୍ରର ବିଜେପି ପ୍ରାର୍ଥୀ ଧର୍ମେନ୍ଦ୍ର ପ୍ରଧାନ । ବୀର ସୁରେନ୍ଦ୍ର ସାଏ ଡିଫେନ୍ସ ଏକାଡେମୀର ଏକ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ ପିଲାମାନଙ୍କ ସହ କଥା ହୋଇଛନ୍ତି କେନ୍ଦ୍ରମନ୍ତ୍ରୀ । ପ୍ରତିକ୍ରିୟାରେ ଧର୍ମେନ୍ଦ୍ର କହିଛନ୍ତି, ସମ୍ବଲପୁର ହେଉଛି ବୀର ମାଟି ।

Advertisment

ମା’ ସମଲେଶ୍ୱରୀଙ୍କ ଆଶୀର୍ବାଦ ଯୋଗୁଁ ଏଠାରେ ସକରାତ୍ମକ ପରିବେଶ ରହିଥାଏ । ସମ୍ବଲପୁର ହେଉଛି ପ୍ରାକୃତିକ କ୍ରୀଡାର ହବ୍ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ । ଏଥିସହ କେନ୍ଦ୍ରମନ୍ତ୍ରୀ ସ୍କୁଟିରେ ସହର ବୁଲିବା ସହ ଲୋକଙ୍କ ସହ ମିଶି ଚା ପିଉଥିବାର ନଜରରେ ଆସିଛନ୍ତି । କେନ୍ଦ୍ରମନ୍ତ୍ରୀ ବଜାରର୍ରୁ ଅଁଳା କିଣି ନେଉଥିବା ମଧ୍ୟ ଦେଖିôବାକୁ ମିଳିଛି ।