କନକ ବ୍ୟୁରୋ: ସମ୍ବଲପୁର ମିଶ୍ରଣ ପର୍ବର ସ୍ୱାସ୍ଥ୍ୟ ସେବା କାର୍ଡକୁ ନେଇ ବଡ ବୟାନ ଦେଇଛନ୍ତି ବିଜେପି ସାଂସଦ ପ୍ରାର୍ଥୀ ଧର୍ମେନ୍ଦ୍ର ପ୍ରଧାନ । କହିଛନ୍ତି ରାଜ୍ୟରେ ବିଜେପି ସରକାର ଗଠନ କଲେ ବିଏସକେୱାଇ କାର୍ଡ ବନ୍ଦ ହେବ ନାହିଁ । କିନ୍ତୁ ରାଜ୍ୟରେ ଆୟୁଷ୍ମାନ ଭାରତ ଯୋଜନା ଲାଗୁ ହେବ । ବିଏସକେୱାଇ ସହ ଆୟୁଷ୍ମାନ ଭାରତ ଯୋଜନା ରାଜ୍ୟରେ ଲାଗୁ ହେବ । ହିତାଧିକାରୀ ଦୁଇଟି ଯୋଜନାରୁ ଫାଇଦା ଉଠାଇ ପାରିବେ । ହେଲେ ରାଜ୍ୟରେ ବିଜେପି କ୍ଷମତାକୁ ଆସିଲେ, ବିଏସକେୱାଇ ଯୋଜନା ବନ୍ଦ ହୋଇଯିବ ବୋଲି ବିଜେଡି ନେତା ମିଛ ପ୍ରଚାର କରୁଥିବା କହିଛନ୍ତି ଧର୍ମେନ୍ଦ୍ର ପ୍ରଧାନ ।
ସମ୍ବଲପୁରରେ ଧର୍ମେନ୍ଦ୍ର ପ୍ରଧାନଙ୍କ ବଡ ବୟାନ । କହିଲେ, ରାଜ୍ୟରେ ବିଜେପି ସରକାର ଗଢିଲେ ବିଏସକେୱାଇ ସହ ଯୋଡି ହେବ ଆୟୁଷ୍ମାନ ଭାରତ ଯୋଜନା ।
/kanak/media/post_attachments/wp-content/uploads/2024/05/2.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t075448932z-whatsapp-image-2025-12-17-at-12423-pm-2025-12-17-13-24-48.jpeg)