କନକ ବ୍ୟୁରୋ : ସ୍ୱଦେଶ ଦର୍ଶନ ଯୋଜନା ଅନ୍ତର୍ଗତ ‘ବୁଦ୍ଧିଷ୍ଟ ସର୍କିଟ୍’ରେ ଓଡ଼ିଶାକୁ ସାମିଲ କରିବା ପାଇଁ କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀଙ୍କୁ ଚିଠି ଲେଖିଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଜି. କିଷାନ ରେଡ୍ଡୀଙ୍କୁ ଚିଠି ଲେଖି ଅନୁରୋଧ କରିଛନ୍ତି ।

Advertisment

ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ୫ଟି ରାଜ୍ୟରେ ବୁଦ୍ଧିଷ୍ଟ ସର୍କିଟ୍ ବିକାଶ ପାଇଁ ୩୨୫ କୋଟି ୫୩ ଲକ୍ଷ ଟଙ୍କାର ୫ଟି ପ୍ରକଳ୍ପ ମଞ୍ଜୁର ହୋଇଛି । ହେଲେ ଓଡ଼ିଶାରେ ସମୃଦ୍ଧ ବୌଦ୍ଧ ପରମ୍ପରା ଓ ପୁଣ୍ୟ ବୌଦ୍ଧ ପୀଠ ଥିବା ସତ୍ୱେ ଏହାକୁ ଯୋଜନାରେ ସାମିଲ କରାନଯିବା ଚିନ୍ତାଜନକ । ଏହା ସହ ଓଡ଼ିଶାର ବୌଦ୍ଧ ଧର୍ମର ଇତିହାସ ସଂପର୍କରେ ସେ କେନ୍ଦ୍ରମନ୍ତ୍ରୀଙ୍କୁ ଅବଗତ କରାଇଛନ୍ତି । ଅଷ୍ଟମରୁ ଦଶମ ଶତାବ୍ଦୀ ପର୍ଯ୍ୟନ୍ତ ଭୌମକର ବଂଶର ଶାସନ କାଳରେ ରାଜ୍ୟରେ ବୌଦ୍ଧ ଧର୍ମର ବିବେଚନା କରାଯାଇଥିଲା । ବୌଦ୍ଧ ଧର୍ମର ପ୍ରଭାବ ଓଡ଼ିଶାର ଲୋକଙ୍କ ସାମାଜିକ ଓ ସାଂସ୍କୃତିକ ଜୀବନରେ ଦେଖିବାକୁ ମିଳିଥାଏ । ଓଡ଼ିଶାର ବିଭିନ୍ନ ସ୍ଥାନରେ ବହୁ ପ୍ରସିଦ୍ଧ ବୌଦ୍ଧସ୍ଥଳୀ ତଥା ବୌଦ୍ଧପୀଠ ରହିଛି । ତେଣୁ ଓଡ଼ିଶାର ବୌଦ୍ଧସ୍ଥଳୀର ବିକାଶ ପାଇଁ ଓଡ଼ିଶାକୁ ବୁଦ୍ଧିଷ୍ଟ ସର୍କିଟ୍ରେ ସାମିଲ କରିବାକୁ ଦାବି କରିଛନ୍ତି ।