କେଉଁ ଆସନରୁ ନିର୍ବାଚନ ଲଢିବେ ଧର୍ମେନ୍ଦ୍ର ପ୍ରଧାନ ? ରାଜ୍ୟର ନିର୍ବାଚନ ମାହୋଲକୁ କରିବ କି ପ୍ରଭାବିତ ? ରାଜନୈତିକ ମହଲରେ ବଡ ଧରଣର ଚର୍ଚ୍ଚା
କନକ ବ୍ୟୁରୋ : କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓଡିଶାରୁ ଲୋକସଭା ନିର୍ବାଚନ ଲଢିବା ନେଇ ଆଗ୍ରହ ଦେଖାଇବା ପରେ ରାଜନୈତିକ ମହଲରେ ବଡ ଧରଣର ଚର୍ଚ୍ଚା ଆରମ୍ଭ ହୋଇଛି । କେଉଁ ଆସନରୁ ଧର୍ମେନ୍ଦ୍ର ପ୍ରଧାନ ନିର୍ବାଚନ ଲଢିବେ ? ନିର୍ବାଚନ ଲଢିବା ପାଇଁ ସମ୍ବଲପୁରକୁ ବାଛିବେ ନା ଢେଙ୍କାନାଳ ଲୋକସଭା ଆସନକୁ ବାଛିବେ ? ଧର୍ମେନ୍ଦ୍ର ଓଡିଶାରୁ ନିର୍ବାଚନ ଲଢିବେ ରାଜ୍ୟର ନିର୍ବାଚନ ମାହୋଲକୁ ପ୍ରଭାବିତ କରିବ କି ? ଏଭଳି ଅନେକ ପ୍ରଶ୍ନ ଉଠୁଛି ।

Kanak News is now on WhatsApp
Join and get latest news updates delivered to you via WhatsApp
ଧର୍ମେନ୍ଦ୍ର ପ୍ରଧାନ ଓଡିଶାରୁ ନିର୍ବାଚନ ଲଢିବା ଏଥପାଇଁ ଗୁରୁତ୍ୱ ରଖୁଛି କାରଣ ଓଡିଶା ବିଜେପିର ବଡ ଚେହେରା ଭାବେ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଗ୍ରହଣ କରାଯାଏ । ୨୦୧୪ ଲୋକସଭା ନିର୍ବାଚନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯେଉଁଭଳି ଭାବେ ଗୁଜରାଟରୁ ଯାଇ ୟୁପି ବାରଣାସୀ ଲୋକସଭା ଆସନରେ ପ୍ରାର୍ଥୀ ହେଲେ ତାହା ଦଳକୁ ୟୁପିରେ ବଡ ସଫଳତା ଦେଇଥିଲା । ଆଉ ଠିକ ସମାନ ସମୀକରଣ ଓଡିଶାରେ ସୃଷ୍ଟି କରିବ କି ଧର୍ମେନ୍ଦ୍ରଙ୍କ ଏହି ନିଷ୍ପତି ।
ଯଦିଓ ମୋଦୀ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଥିଲେ କିନ୍ତୁ ମୋଦୀ କ୍ୟାବିନେଟର ଧର୍ମେନ୍ଦ୍ର ମଧ୍ୟ ଜଣେ ବଡ ନେତା ଭାବେ ସାରା ଦେଶରେ ପରିଚିତ । ଧର୍ମେନ୍ଦ୍ରଙ୍କ ଏହି ନିଷ୍ପତିକୁ ନେଇ ଓଡିଶା ରାଜନୀତିରେ ଜୋରସୋର ଚର୍ଚା । ଗୋଟିଏ ପଟେ ବିଜେପି ୨୦୧୯ ତୁଳନାରେ ଅଧିକ ଲୋକସଭା ଆସନରେ ବିଜୟୀ ହେବାକୁ ରଣନୀତି ପ୍ରସ୍ତୁତ କରୁଛି । ଆଉ ସେହି ସମୟରେ ଧର୍ମେନ୍ଦ୍ର ଓଡିଶାରେ ଲୋକସଭା ନିର୍ବାଚନ ଲଢିବା ସେହି ରଣନୀତିର ଏକ ଅଂଶବିଶେଷ କି, ତାହା ଏବେ ବଡ ପ୍ରଶ୍ନ ।