କନକ ବ୍ୟୁରୋ: ଆଜି ଶୁଭାରମ୍ଭ ହେବ ‘ମୋ ମୋଟି ମୋ ଦେଶ’ ଅମୃତ କଳସ ଯାତ୍ରା ସ୍ୱତନ୍ତ୍ର ଟ୍ରେନ୍ । ଭୁବନେଶ୍ୱର ରେଳ ଷ୍ଟେସନରୁ ନୂଆଦିଲ୍ଲୀ ଅଭିମୁଖେ ଗଡ଼ିବ ସ୍ୱତନ୍ତ୍ର ଟ୍ରେନ୍ । କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହାର ଶୁଭାରମ୍ଭ କରିବେ । ‘ମୋ ମୋଟି ମୋ ଦେଶ’ ଅଭିଯାନରେ ଜଡ଼ିତ ବ୍ୟକ୍ତିମାନଙ୍କୁ ନୂଆଦିଲ୍ଲୀ ଯିବା ପାଇଁ ସୁବିଧା ପ୍ରଦାନ କରିବ ଏହି ସ୍ୱତନ୍ତ୍ର ଟ୍ରେନ ।
ଅମୃତ କଳସ ଯାତ୍ରା ସ୍ୱତନ୍ତ୍ର ଟ୍ରେନ ଦିନ ୧୦ଟାରେ ଭୁବନେଶ୍ୱର ଛାଡ଼ିବ । ଆସନ୍ତାକାଲି ଅପରାହ୍ଣ ସାଢ଼େ ୨ଟାରେ ଏହା ନୂଆଦିଲ୍ଲୀରେ ପହଞ୍ଚିବ । ଶୁକ୍ରବାର ରାଜ୍ୟ ବିଜେପି କାର୍ଯ୍ୟାଳୟରେ ମୋ ମାଟି ମୋ ଦେଶ ଅଭିଯାନରେ ଓଡ଼ିଶାର ଅନେକ ଗାଁରୁ ସଂଗୃହୀତ ପବିତ୍ର ମାଟି କଳସକୁ ସ୍ୱାଗତ କରାଯାଇଥିଲା । ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗ ଦେଇଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/10/9-21.jpg)