ଆଜିଠୁ ପ୍ରଚାରକୁ ଓହ୍ଲାଇବେ ଧର୍ମେନ୍ଦ୍ର ପ୍ରଧାନ : ୩ଦିନ ଧରି ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କ ପାଇଁ କରିବେ ପ୍ରଚାର

75

କନକ ବ୍ୟୁରୋ : ପଦ୍ମପୁର ଉପନିର୍ବାଚନ ପାଇଁ ଆଜିଠାରୁ ପ୍ରଚାର ମଇଦାନକୁ ଓହ୍ଲାଇବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ପଦ୍ମପୁରରେ ତିନିଦିନ ଧରି ସେ ପ୍ରଚାର ମଙ୍ଗ ଧରିବେ । ଆଜି ସକାଳ ସାଢ଼େ ୧୧ଟାରୁ ମାଣ୍ଡୋସିଲଠାରେ ଆୟୋଜିତ ସଭାରେ ଯୋଗଦେଇ ପ୍ରଚାର କାର୍ଯ୍ୟ ଆରମ୍ଭ କରିବେ । ଏହାପରେ ସେ ମିଠାପାଲି, ପାଇକମାଳ, ହିରାପୁର, ନୂଆଗାଁ, ଝାରମୁଣ୍ଡାରେ ରୋଡ୍ ଶୋ’ ଓ ପଦଯାତ୍ରା କରିବେ ।

ଅପରାହ୍ଣରେ ଭେଙ୍ଗରାଜପୁରରେ ଏକ ସାଧାରଣ ସଭାକୁ ସମ୍ବୋଧନ କରିବା ସହ ମାଲଦା ଓ ପଲସଦା ଓ ଖଇରାରେ ଜନସଭାରେ ରୋଡ୍ ସୋ’ କରିବେ । ଏହା ପୂର୍ବରୁ ରବିବାର ଦୁଇ କେନ୍ଦ୍ରମନ୍ତ୍ରୀ ପଦ୍ମପୁରରେ ଜୋରଦାର ପ୍ରଚାର କରିଥିଲେ । କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ଓ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କ ପାଇଁ ପ୍ରଚାର କରିଥିଲେ । ସେପଟେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତା ୧ ଓ ୨ ତାରିଖରେ ପଦ୍ମପୁରରେ ନିର୍ବାଚନୀ ସଭା କରିପାରନ୍ତି ବୋଲି ଜଣାପଡ଼ିଛି ।