ସରଗରମ ପାଟକୁରା ରାଜନୀତି । ଆଜି ପ୍ରଚାର ମଇଦାନକୁ ଓହ୍ଲାଇବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ୨୦ଟି ସ୍ଥାନରେ ବିଜୟଙ୍କ ପାଇଁ କରିବେ ପ୍ରଚାର ।

462

କନକ ବ୍ୟୁରୋ : ଆସନ୍ତା ୨୦ ତାରିଖରେ ପାଟକୁରା ବିଧାନସଭା ପାଇଁ ଭୋଟ୍ ଗ୍ରହଣ ହେବ । ଏହାକୁ ନେଇ ସରଗରମ ହୋଇଛି ପାଟକୁରାର ପ୍ରଚାର ମଇଦାନ । ପ୍ରତିଦିନ ବଡ ବଡ ନେତାଙ୍କ ଭିଡ ଜମୁଛି ଏହି ଅଂଚଳରେ । ଆଜି ବିଜେପି ପ୍ରାର୍ଥୀ ବିଜୟ ମହାପାତ୍ରଙ୍କ ପାଇଁ ପ୍ରଚାର କରିବାକୁ ପହଂଚିବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ପ୍ରାୟ ୨୦ଟି ସ୍ଥାନରେ ତାଙ୍କର ପ୍ରଚାର ସଭା ଓ ରାଲିରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।

ଅନ୍ୟପଟେ ଗତକାଲି ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ପାଟକୁରାରେ ପ୍ରଚାର କରିଥିଲେ । ଏହା ସହ ବୈଜୟନ୍ତ ପଣ୍ଡା, ଜୁଏଲ ଓରାମ ପ୍ରମୁଖ ନେତା ପ୍ରଚାର କରିଥିଲେ । ସେପଟେ କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ପିସିସି ସଭାପତି ନିରଂଜନ ପଟ୍ଟନାୟକ, ବିଧାୟକ ଦଳ ନେତା ନରସିଂହ ମିଶ୍ର ଆଦି ପାଟକୁରା ଗସ୍ତ କରି ପ୍ରଚାର କରିଛନ୍ତି । ବିଜେଡି ପ୍ରାର୍ଥୀ ସାବିତ୍ରୀ ଅଗ୍ରୱାଲଙ୍କ ପ୍ରଚାର ପାଇଁ ବିଜେଡିର ତୁଙ୍ଗ ନେତାଙ୍କ ଭିଡ ଜମିଛି ପାଟକୁରାରେ । ଅନୁଭବ ମହାନ୍ତି, ସମୀର ଦାଶ, ଅତନୁ ସବ୍ୟସାଚୀ, ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଆଦି ନେତା ଧୂଆଁଧାର ପ୍ରଚାର କରିଛନ୍ତି । ଆସନ୍ତା ୧୭ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପାଟକୁରା ପ୍ରଚାର କରିବାକୁ ଯିବେ ବୋଲି କୁହାଯାଉଛି ।