ପିଏମ୍ କେୟାର୍ସ ପାଣ୍ଠିରୁ ୧ଲକ୍ଷ ଅକ୍ସିଜେନ କନସେଟ୍ରେଂଟର କ୍ରୟ କରିବା ପ୍ରଧାନମନ୍ତ୍ରୀଙ୍କ ନିଷ୍ପତ୍ତି । ଟୁଇଟ୍ କରି ଧନ୍ୟବାଦ ଜଣାଇଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । 

125

କନକ ବ୍ୟୁରୋ: ପିଏମ୍ କେୟାର୍ସ ପାଣ୍ଠିରୁ ୧ ଲକ୍ଷ ପୋର୍ଟେବଲ ଅକ୍ସିଜେନ କନସେଟ୍ରେଂଟର କ୍ରୟ କରିବା ସହ ଅତିରିକ୍ତ ୫୦୦ଟି ପ୍ରେସର ସ୍ୱିଇଂ ଏଡସରସ୍ପନ (ପିଏସଏ) ଅକ୍ସିଜେନ୍ ପ୍ଲାଂଟ୍ ପ୍ରତିଷ୍ଠା କରିବାକୁ ମଞ୍ଜୁର କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରଧାନମନ୍ତ୍ରୀଙ୍କ ଏପରି ନିଷ୍ପତ୍ତି ପରେ ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ସମଗ୍ର ଭାରତବର୍ଷର ଅକ୍ସିଜେନର ଚାହିଦା ଥିବା ଅଂଚଳ ତଥା ଡ଼ିମାଣ୍ଡ କ୍ଲଷ୍ଟର ନିକଟରେ ମେଡ଼ିକାଲ ଅକ୍ସିଜେନର ଯୋଗାଣକୁ ତ୍ୱରାନ୍ୱିତ କରିବା ପାଇଁ ପ୍ରଧାନମନ୍ତ୍ରୀ ମୋଦି ପ୍ରାଥମିକତା ଦେଉଛନ୍ତି । ଆଜି ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା ଏକ ଉଚ୍ଚସ୍ତରୀୟ ବୈଠକରେ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନିଆଯାଇଛି । ଦେଶର ସମସ୍ତ ଜିଲ୍ଲା ମୁଖ୍ୟାଳୟ ତଥା ଟାୟର ୨ ସହର ଏବଂ ଅଧିକ କରୋନା ସଂକ୍ରମିତ ରାଜ୍ୟ ଗୁଡ଼ିକରେ ତରଳ ମେଡିକାଲ ଅକ୍ସିଜେନ୍ ଯୋଗାଣକୁ ବୃଦ୍ଧି କରିବା ପାଇଁ ପିଓସିର କ୍ରୟ ଏବଂ ପିଏସଏ ଅକ୍ସିଜେନ୍ ପ୍ଲାଂଟ୍ ଯଥାଶୀଘ୍ର ପ୍ରତିଷ୍ଠା କରିବା ପାଇଁ ମଧ୍ୟ ପ୍ରଧାନମନ୍ତ୍ରୀ ନିର୍ଦ୍ଦେଶ ଦେଇଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟ୍ୱିଟ୍ କରିଛନ୍ତି ।