କନକ ବ୍ୟୁରୋ : ଭାରତରେ ଆରମ୍ଭ ହୋଇଛି ନିଜସ୍ୱ ନୂଆ ଅପରେଟିଂ ସିଷ୍ଟମ । ଆଇଆଇଟି ମାଡ୍ରାସ ତିଆରି କରିଥିବା ‘ଭାରଓଏସ୍’ ଅପରେଟିଂ ସିଷ୍ଟମକୁ ମଙ୍ଗଳବାର ଲଞ୍ଚ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଅଶ୍ୱୀନୀ ବୈଷ୍ଣବ ଓ ଧର୍ମେନ୍ଦ୍ର ପ୍ରଧାନ । ଭାରଓସ୍ ଅପରେଟିଂ ସିଷ୍ଟମକୁ ୧ ବିଲିୟନ ତଥା ୧୦୦ କୋଟି ସ୍ମାର୍ଟଫୋନ ୟୁଜର୍ସ ପାଖରେ ପହଞ୍ଚାଇବା ପାଇଁ ଲକ୍ଷ୍ୟ ରଖାଯାଇଛି । ଏହାକୁ ଗୁଗୁଲର ବିକଳ୍ପ ବୋଲି ମଧ୍ୟ କୁହାଯାଉଛି । ଗୁଗୁଲର ‘ଆଣ୍ଡ୍ରୁଆଡ୍’ ଏବଂ ଆପଲର ‘ଆଇଓଏସ୍’ ଏବେ ଭାରତରେ ପ୍ରଭାବ ବିସ୍ତାର କରିଚାଲିଥିବା ବେଳେ ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିତ ‘ଭାରତଓଏସ୍’ ଏହି ଦୁଇ ଅପରେଟିଂ ସିଷ୍ଟମକୁ ଟକ୍କର ଦେବ ।

Advertisment

‘ଭାରଓଏସ୍’ କ’ଣ ?

‘ଭାରଓଏସ୍’ ହେଉଛି ଗୁଗୁଲର ‘ଆଣ୍ଡ୍ରୁଆଡ୍’ ଏବଂ ଆପଲର ‘ଆଇଓଏସ୍’ ଭଳି ଏକ ଅପରେଟିଂ ସିଷ୍ଟମ
‘ଆଣ୍ଡ୍ରୁଆଡ୍’ ଭଳି ଏଥିରେ ମଧ୍ୟ ଡିଫଲ୍ଟ ଗୁଗୁଲ ଆପ୍ ରହିବ ନାହିଁ
ଭାରଏସ ଅପରେଟିଂ ସିଷ୍ଟମ ମୋବାଇଲରେ ବ୍ୟବହାର ହେବ
ଏହା ଅନ୍ୟ ଅପରେଟିଂ ସିଷ୍ଟମ ଅପେକ୍ଷା ଅଧିକ ସୁରକ୍ଷିତ
‘ଆଣ୍ଡ୍ରୁଆଡ୍’ ଏବଂ ‘ଆଇଓଏସ୍’ଠୁ ‘ଭାରଓଏସ’ ଭଲ ଫିଚର ରହିଛି
‘ଭାରଓଏସ’ ଅନ୍ୟ ଅପରେଟି ସିଷ୍ଟମ ଅପକ୍ଷୋ କମ୍ ବ୍ୟାଟେରୀ ଖାଇବ
ଭାରତ ସରକାରଙ୍କ ପାଣ୍ଠିରେ ନିର୍ମାଣ ହୋଇଛି ‘ଭାରତଏସ୍’
ଏହି ଅପରେଟିଂ ସିଷ୍ଟମକୁ ଆଇଆଇଟି ମାଡ୍ରାସ ତିଆରି କରିଛି
ଆତ୍ମନିର୍ଭର ଭାରତ ଦିଗରେ ‘ଭାରଓଏସ’ ଆଉ ଏକ ପଦକ୍ଷେପ
ଏହି ଅପରେଟିଂ ସିଷ୍ଟମକୁ ୧୦୦ କୋଟି ସ୍ମାର୍ଟଫୋନ ୟୁଜର୍ସଙ୍କ ପାଖରେ ପହଞ୍ଚାଇବାକୁ ଲକ୍ଷ୍ୟ ରଖାଯାଇଛି
ସମସ୍ତ ସରକାରୀ ଏବଂ ବେସରକାରୀ ସଂସ୍ଥାରେ ଏହା ବ୍ୟବାହାର କରାଯିବ