ଧର୍ମେନ୍ଦ୍ରଙ୍କ ଟାର୍ଗେଟରେ ରାଜ୍ୟ ସରକାର: ବିଜେଡି ବିଜେପି ବୟାନବାଜି

120

କନକ ବ୍ୟୁରୋ: ମତଦାନ ତାରିଖ ଯେତିକି ପାଖଉଛି, ବିଜେଡି-ବିଜେପି ମଧ୍ୟରେ ଆରୋପ ପ୍ରତିଆରୋପ ରାଜନୀତି ସେତେ ସରଗରମ ହେଉଛି । ନିର୍ବାଚନୀ ସଭା, ମିଶ୍ରଣ ପର୍ବରୁ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରୁଛନ୍ତି କେନ୍ଦ୍ରମନ୍ତ୍ରୀ ତଥା ସମ୍ବଲପୁର ସାଂସଦ ପ୍ରାର୍ଥୀ ଧର୍ମେନ୍ଦ୍ର ପ୍ରଧାନ । ସେପଟେ ନିର୍ବାଚନ ବେଳେ ଏସଏଚଜି ମହିଳାଙ୍କୁ ନେଇ ରାଜନୀତି ତେଜିଛି । ପରସ୍ପର ବିରୋଧରେ ବୟାନ ବାଜି କରିଛନ୍ତି ଉଭୟ ବିଜେପି ଓ ବିଜେଡି ।

ନିର୍ବାଚନ ଯେତେ ପାଖଉଛି, ବିଜେଡି ବିଜେପି ବୟାନବାଜି ସେତେ ଅଧିକ ହେବାରେ ଲାଗିଛି । ବିଶେଷକରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ନିର୍ବାଚନୀ ସଭାରୁ, ମିଶ୍ରଣ ପର୍ବରୁ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରୁଛନ୍ତି । ବିଜେଡି ଧର୍ମେନ୍ଦ୍ରଙ୍କ ଅଭିଯୋଗର ପାଲଟା ଜବାବ ରଖୁଛି । ଝାରସୁଗୁଡା ଲଇକେରାରେ ଆୟୋଜିତ ଏକ ମିଶ୍ରଣ ପର୍ବରେ ସାମିଲ ହୋଇ ପିଇବା ପାଣି ଠାରୁ ଆରମ୍ଭ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ମିଳୁଥିବା ଘର ବଂଟନକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ଧର୍ମେନ୍ଦ୍ର ।.. ଧର୍ମେନ୍ଦ୍ର୍ରଙ୍କ ଅଭିଯୋଗର ଜବାବ ରଖିଛନ୍ତି ବିଜେଡି ସାଂସଦ ମହେଶ ସାହୁ ।

ଏସଏଚଜି ମହିଳାଙ୍କୁ ନେଇ ମଧ୍ୟ ଦୁଇ ଦଳ ମଧ୍ୟରେ ଆରମ୍ଭ ହୋଇଯାଇଛି ବୟାନବାଜି । ଏସଏଚଜି ମହିଳାଙ୍କୁ ଦୁବାଇ ପଠାଇବାକୁ ରାଜ୍ୟ ସରକାର ଯୋଜନା କରିଥିବାବେଳେ କେନ୍ଦ୍ରମନ୍ତ୍ରୀ ଚକ୍ରାନ୍ତ କରି ତାକୁ ବନ୍ଦ କରି ଦେଇଥିବା ଅଭିଯୋଗ କରିଛନ୍ତି ବିଜେଡି ସାଂସଦ ସୁଲତା ଦେଓ । ପ୍ରେସମିଟ୍ କରି କହିଛନ୍ତ, ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶାବଳୀ ଅନୁସାରେ ଦୁବାଇ ଯିବାକୁ ଏସଏଚଜି ମହିଳାଙ୍କୁ ଚୟନ କରାଯାଇଥିଲା । କିନ୍ତୁ ଇସିଆଇଙ୍କ ପାଖରେ ଅଭିଯୋଗ କରି ସେମାନଙ୍କ ଗସ୍ତକୁ ବାତିଲ କରିଦେଲେ ।.. ବିଜେଡିର ଅଭିଯୋଗ ପରେ ସାମ୍ବାଦିକ ସମ୍ମିଳନୀ କରି ବର୍ଷିଛନ୍ତି ବିଜେପି ନେତ୍ରୀ । ଆଦର୍ଶ ଆଚରଣ ବିଧି ଲାଗୁ ସମୟରେ ଏସଏଚଜି ମହିଳାମାନଙ୍କୁ ସରକାରୀ ଖର୍ଚ୍ଚରେ ଦୁବାଇ ପଠାଇବା ପାଇଁ ଯୋଜନା କରିଥିଲେ ବିଜେଡି ସରକାର । ସେନେଇ ଇସିଆଇଙ୍କୁ ଜଣାଇଥିଲା ବିଜେପି । ଏବେ ସେଥିରେ ରୋକ୍ ଲଗାଇଛନ୍ତି ନିର୍ବାଚନ କମିଶନ । ଏବେ ସେଥିରେ ରୋକ୍ ଲଗାଇଛନ୍ତି ନିର୍ବାଚନ କମିଶନ । ନିର୍ବାଚନ ପ୍ରଚାର ଆରମ୍ଭ ହେଉଥିବାରୁ ଆଗକୁ ଏହି ବୟାନବାଜି ଆହୁରି ଅଧିକ ହେବ ବୋଲି କୁହାଯାଉଛି ।