ଆଗରେ ଅମଲା, ଇସାରାରେ ସରକାର! ଅଫିସରଙ୍କ ସାମ୍ନାରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲେ ଧର୍ମେନ୍ଦ୍ର ପ୍ରଧାନ, କହିଲେ, କେନ୍ଦ୍ରୀୟ ଯୋଜନାକୁ ହାଇଜାକ୍ କରିନେଉଛି ବିଜେଡି

Advertisment
ଅଫିସରଙ୍କୁ ଇସାରା, ରାଜ୍ୟ ସରକାରଙ୍କୁ ଟାର୍ଗେଟ! ବିହାରୀ ମନ୍ତ୍ରୀ ଆରୋପର ଜବାବ ରଖିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

କନକ ବ୍ୟୁରୋ : କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଟାର୍ଗେଟରେ ପୁଣି ଓଡିଶା ସରକାର । କିନ୍ତୁ ଏଥର ଭାୟା ଜଣେ ବିଭାଗୀୟ ସଚିବ । ରାଜ୍ୟ ସରକାରଙ୍କ ସୂଚନା ଓ ପ୍ରଯୁକ୍ତି ବିଦ୍ୟା ସଚିବ ଅଶୋକ ମୀନାଙ୍କୁ ମାଧ୍ୟମ କରି ଓଡିଶା ସରକାରଙ୍କ ଉପରେ ବର୍ଷିଛନ୍ତି ଧର୍ମେନ୍ଦ୍ର । ଭୁବନେଶ୍ୱରରେ ଜାତୀୟ ତଥ୍ୟ କେନ୍ଦ୍ରର ଉଦଘାଟନୀ ଉତ୍ସବରେ କେନ୍ଦ୍ର ଯୋଜନାକୁ ରାଜ୍ୟ ସରକାର ହାଇଜାକ କରୁଥିବା ପରୋକ୍ଷରେ ଅଭିଯୋଗ କରିଛନ୍ତି ।

ଜାତୀୟ ତଥ୍ୟ କେନ୍ଦ୍ରର ଉଦଘାଟନୀ ଉତ୍ସବରେ ଧର୍ମେନ୍ଦ୍ରଙ୍କ ଟାର୍ଗେଟରେ ରାଜ୍ୟ ସରକାର । ସଭାର ସମ୍ମୁଖରେ ବସିଥିଲେ ସୂଚନା ଓ ପ୍ରଯୁକ୍ତି ବିଦ୍ୟା ବିଭାଗର ସଚିବ ଅଶୋକ ମୀନା ଏବଂ ଧର୍ମେନ୍ଦ୍ର ତାଙ୍କୁ ହିଁ ଇଶାରା କରି କହୁଥିଲେ । କେନ୍ଦ୍ର ମନ୍ତ୍ରୀ ରବି ଶଙ୍କର ପ୍ରସାଦଙ୍କ ଉପସ୍ଥିତିରେ କେନ୍ଦ୍ରୀୟ ଯୋଜନାକୁ ରାଜ୍ୟ ହାଇଜାକ କରୁଥିବା ଅଭିଯୋଗ ଆଣିଥିଲେ ଧର୍ମେନ୍ଦ୍ର । ଏପରିକି ରାଜ୍ୟ ସରକାର ଏବେ କେନ୍ଦ୍ରୀୟ ଯୋଜନାକୁ ହାଇଜାକ କରିବାକୁ ପ୍ରତିଯୋଗିତା କରୁଛି । ଏପରି ହେଲେ ପ୍ରଗତି ହେବନି କିନ୍ତୁ ଚଞ୍ଚକତା ବଢ଼ିବ । ଯଦି ପ୍ରତିଯୋଗିତ କରିବାର ଅଛି ତେବେ ଓଡ଼ିଶା ଯୁବକ ମାନଙ୍କୁ ନିଯୁକ୍ତି ଦେବା କ୍ଷେତ୍ରରେ ପ୍ରତିଯୋଗିତା ରାଜ୍ୟ ସରକାର କରନ୍ତୁ ବୋଲି କହିଛନ୍ତି ଧର୍ମେନ୍ଦ୍ର ।

ଅବସର ଥିଲା ଜାତୀୟ ତଥ୍ୟ କେନ୍ଦ୍ରର ଉଦଘାଯନୀ କାର୍ଯ୍ୟକ୍ରମ । ସିଧାସଳଖ ସଚିବଙ୍କ ନାଁ ନେଇ ଧର୍ମେନ୍ଦ୍ର କହିଥିଲେ କେନ୍ଦ୍ର ଯୋଜନାରେ ଶ୍ରେୟ ନେବାକୁ ରାଜ୍ୟ ସରକାର ସୋସିଆଲ ମିଡିଆ ପରି ଜାଲିଆତି କରୁଛନ୍ତି । ଏପରିକି ସୋସିଆଲ ମିଡ଼ିଆରେ ଯେଉଁଭଳି ଭାବେ ବିଭିନ୍ନ କଥାକୁ ଅନର୍ଥ କରି ଦର୍ଶାଯାଉଛି ତାହା ରାଜ୍ୟ ସରକାର କରୁଛନ୍ତି ବୋଲି କହିଛନ୍ତି ଧର୍ମେନ୍ଦ୍ର ପ୍ରଧାନ । କେନ୍ଦ୍ର ମନ୍ତ୍ରୀ ଯେତେବେଳେ ଅଶୋକ ମୀନାଙ୍କୁ ଲକ୍ଷ୍ୟ କରି ଏ ସବୁ କଥା କହୁଥିଲେ ସଚିବ ଜଣକ ମୁରୁକି ହସି ଦେଇ ଚୁପ ବସିଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe