ଯୁବମୋର୍ଚ୍ଚା କର୍ମୀଙ୍କୁ ଅପରାଧୀ ଭଳି ଆକ୍ରମଣ କରିଛି ପୋଲିସ । ପିଏମଜି ଖଣ୍ଡଯୁଦ୍ଧକୁ ନେଇ ଶାସକ ଦଳ ଓ ପୋଲିସ ଉପରେ ବର୍ଷିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଯୁବମୋର୍ଚ୍ଚା କର୍ମୀଙ୍କୁ ଅପରାଧୀ ଭଳି ଆକ୍ରମଣ କରିଛି ପୋଲିସ । ପିଏମଜି ଖଣ୍ଡଯୁଦ୍ଧକୁ ନେଇ ଶାସକ ଦଳ ଓ ପୋଲିସ ଉପରେ ବର୍ଷିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

କନକ ବ୍ୟୁରୋ : ଲୋୟର ପିଏମଜିରେ ଖଣ୍ଡଯୁଦ୍ଧକୁ ନେଇ ଉଭୟ ପୋଲିସ ଓ ଶାସକ ଦଳ ଉପରେ ବର୍ଷିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଟ୍ୱିଟ୍ କରି କେନ୍ଦ୍ରମନ୍ତ୍ରୀ କହିଛନ୍ତି, ଗତକାଲି ବିଜେପି ଯୁବ ମୋର୍ଚ୍ଚାର କାର୍ଯ୍ୟକର୍ତ୍ତାଙ୍କ ଦ୍ୱାରା ରାଜ୍ୟରେ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ପ୍ରତିବାଦରେ ବିଧାନସଭା ଘେରାଉ କାର୍ଯ୍ୟକ୍ରମ ଥିବା ସମୟରେ ପୋଲିସ ଯେଉଁଭଳି ଭାବରେ ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି, ତାକୁ କଠୋର ଭାଷାରେ ନିନ୍ଦା କରୁଛି ।

ଗଣତନ୍ତ୍ରରେ ପ୍ରତିବାଦ କରିବାର ଅଧିକାର ସମସ୍ତଙ୍କର ଅଛି । ଯୁବ ମୋର୍ଚ୍ଚାର କାର୍ଯ୍ୟକର୍ତ୍ତାମାନେ ହେଉଛନ୍ତି ଏକ ରାଜନୈତିକ ଦଳର କାର୍ଯ୍ୟକର୍ତ୍ତା । ମାତ୍ର ପୋଲିସ ସେମାନଙ୍କୁ ରାଜନୈତିକ କାର୍ଯ୍ୟକର୍ତ୍ତା ଭାବରେ ନୁହେଁ ବରଂ ଅପରାଧୀ ଭାବରେ ଅମାନୁଷିକ ଭାବେ ଆକ୍ରମଣ କରିଛି, ତାହା ଚିନ୍ତାଜନକ ।

ଓଡ଼ିଶାର ପୋଲିସ ପ୍ରଶାସନ ଶାସକ ଦଳର ହିତରେ କାର୍ଯ୍ୟ କରିବା ପାଇଁ ନୁହେଁ ବରଂ ସାଢେ ୪ କୋଟି ଓଡ଼ିଆଙ୍କ ସୁରକ୍ଷାରେ ନିୟୋଜିତ ଅଛନ୍ତି । କିଛି ପୋଲିସ ଅଧିକାରୀ ଯେଉଁଭଳି ଭାବେ ଏକପାଖିଆ ନିଷ୍ପତି ନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି, ଏହା ଗଣତନ୍ତ୍ର ପାଇଁ ଶୋଭନୀୟ ନୁହେଁ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe