କନକ ବ୍ୟୁରୋ : ପୁଣିଥରେ କେନ୍ଦ୍ର କ୍ୟାବିନେଟରେ ସ୍ଥାନ ପାଇଛନ୍ତି ଧର୍ମେନ୍ଦ୍ର ପ୍ରଧାନ । ମୋଦୀଙ୍କ ଦୁଇଟିଯାକ ପାଳିରେ ମନ୍ତ୍ରୀ ଥିବା ଧର୍ମେନ୍ଦ୍ର ପ୍ରଧାନଙ୍କ ଉପରେ ପୁଣି ବିଜେପି ଭରସା କରିଛି । ଗତ ପାଳିରେ ଅନେକ ଗୁରୁତ୍ୱପୂର୍ଣ୍ଣ ବିଭାଗ ସମ୍ଭାଳିଥିବା ଧର୍ମେନ୍ଦ୍ରଙ୍କୁ ଏଥର କେଉଁ ବିଭାଗ ମିଳିବ ତାହା ବିଭାଗ ବଣ୍ଟନ ବେଳେ ସ୍ପଷ୍ଟ ହେବ