ଆକାଶ ମାର୍ଗରୁ ବାତ୍ୟା ଅଞ୍ଚଳ ବୁଲି ଦେଖିଲେ କେନ୍ଦ୍ରମନ୍ତ୍ରୀ । କ୍ଷୟକ୍ଷତି ନେଇ କଲେ ସ୍ଥିତି ସମୀକ୍ଷା 

146

କନକ ବ୍ୟୁରୋ : ଆଜି ଆକାଶ ମାର୍ଗରୁ ବାତ୍ୟା ପ୍ରଭାବିତ ଅଞ୍ଚଳ ଅନୁଧ୍ୟାନ କରୁଛନ୍ତି ଧର୍ମେନ୍ଦ୍ର ପ୍ରଧାନ । ଧାମରା ପୋର୍ଟ ହେଲିପ୍ୟାଡରେ ଅବତରଣ କରିଥିଲେ କେନ୍ଦ୍ରମନ୍ତ୍ରୀ । ଏହା ପରେ ଭଦ୍ରକ ଜିଳ୍ଲାର ଚାନ୍ଦବାଲି, ଧାମରା ବାସୁଦେବପୁର ଅଞ୍ଚଳକୁ ଆକାଶ ମାର୍ଗରୁ ପରିଦର୍ଶନ କରିଛନ୍ତି । ଧାମରା ଅଞ୍ଚଳର ବାତ୍ୟା ପ୍ରଭାବିତ ଦୋସିଙ୍ଗା, ଜାଗୁଳା ଓ ଧାମରା ଗ୍ରାମ ପଞ୍ଚାୟତ ସହ ପାଇକସାହି, ବଳଭଦ୍ର ପସାଦ, ଘାରକଟି ଗ୍ରାମକୁ ଯାଇ ବାତ୍ୟା ପୀଡ଼ିତଙ୍କୁ ଭେଟିଛନ୍ତି ।

ଗତ ୨ଦିନ ତଳେ ପ୍ରଧାନମନ୍ତ୍ରୀ ଓଡିଶା ଗସ୍ତରେ ଆସି ବାତ୍ୟା ସ୍ଥିତି ସମୀକ୍ଷା କରିଥିଲେ । ଆକାଶ ମାର୍ଗରୁ ବାତ୍ୟା ସ୍ଥିତି ସମୀକ୍ଷା କରିବା ପରେ ଓଡିଶା ପାଇଁ ୫ଶହ କୋଟିର ପ୍ୟାକେଜ୍ ଘୋଷଣା କରିଥିଲେ । ତେବେ ବାତ୍ୟା ସମୀକ୍ଷା ବେଳେ ପ୍ରଧାନମନ୍ତ୍ରୀଙ୍କ ସହ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ସାମିଲ ଥିଲେ । କିନ୍ତୁ ଆଜି ନିଜେ ସ୍ୱତନ୍ତ୍ର ଭାବେ ଆକାଶମାର୍ଗରୁ ବାତ୍ୟା ୟାସ୍ ପ୍ରଭାବିତ ଅଞ୍ଚ ଳ ବୁଲି ସ୍ଥିତି ସମୀକ୍ଷା କରିଛନ୍ତି