କନକ ବ୍ୟୁରୋ: ଧାମନଗର ଯାଇନଥିଲେ ବି ଭଦ୍ରକ ଜିଲ୍ଲାର କାର୍ଯ୍ୟକର୍ତାଙ୍କ ସହ ଆଲୋଚନା କରି ରଣନୀତି ପ୍ରସ୍ତୁତ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ରାଜ୍ୟ ପ୍ରଭାରୀଙ୍କ ସହ ବରିଷ୍ଠ ନେତା ଓ କାର୍ଯ୍ୟବର୍ତାଙ୍କ ସହ ଧାମନଗର ଉପନିର୍ବାଚନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି । ଶାସକ ଦଳର ଲମ୍ବା ସମୟର ଶାସନ ପରେ ମଧ୍ୟ ଭଦ୍ରକ ଜିଲ୍ଲା ଓ ଧାମନଗରବାସୀ ଉପେକ୍ଷିତ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ । ଶାସକ ବିଜେଡି ଦଳ ଏଠାରେ ଶାସନ କଳ ଓ ଅର୍ଥବଳକୁ ମାଧ୍ୟମ କରିଥିବା ସେ ଅଭିଯୋଗ କରିଛନ୍ତି । ଏହାକୁ କାଉଂଟର କରିବା ପାଇଁ ଜନବଳ ହିଁ ବିଜେପିର ଆୟୁଧ ହେବ ବୋଲି କହିଛନ୍ତି ଧର୍ମେନ୍ଦ୍ର ପ୍ରଧାନ ।
ଧାମନଗର ପାଇଁ ଧର୍ମେନ୍ଦ୍ରଙ୍କ ରଣନୀତି
- ଧାମନଗରରେ ୪୦ ବର୍ଷ ଧରି ବିଜେପିର ସଂପର୍କ ଓ ସଂଗଠନ ମଜଭୂତ ଅଛି
- ଏହାରି ଆଧାରରେ ଲୋକଙ୍କ ସ୍ୱାଭିମାନ ପାଇଁ ଲଢେଇ କରିବ ବିଜେପି
- ବେରୋଜଗାର, ବନ୍ୟା ପୀଡିତଙ୍କ ଦୁଃଖ ଓ ଜନାକାଂକ୍ଷା ପୂରଣ କରିବାକୁ ଲଢିବ ଦଳ
- ଦିବଙ୍ଗତ ବିଷ୍ଣୁ ସେଠୀଙ୍କ ପୁଅ ସୂର୍ଯ୍ୟବଂଶୀଙ୍କୁ ଲୋକେ ଆଶୀର୍ବାଦ ଦେବେ
ନିର୍ବାଚନ ପାଖେଇବା ସହ ଜମୁଛି ପ୍ରଚାର
ଉଠୁଛି, ପଡୁଛି ଧାମନଗରର ଗାଁ ଗଣ୍ଡା
ତିନି ପ୍ରମୁଖ ରାଜନୈତିକ ଦଳ ସହ ସ୍ୱାଧୀନ ପ୍ରାର୍ଥୀ ରାଜୁ ଦାସ ନିଜନିଜ ସପକ୍ଷରେ ପ୍ରଚାରକୁ ଜୋରଦାର କରିଛନ୍ତି । ବିଜେଡି ପ୍ରାର୍ଥୀ ଅବନ୍ତୀ ଦାସଙ୍କ ପାଇଁ ମନ୍ତ୍ରୀ ପ୍ରମିଳା ମଲ୍ଲିକ, ସାଂସଦ ସୁଲତା ଦେଓ ଷ୍ଟାର କ୍ୟାମ୍ପେନର ଥିବାବେଳେ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ଚଳାଇଛନ୍ତି ମାରାଥନ ପ୍ରଚାର । ସେପଟେ ବିଜେଡିର ବିଦ୍ରୋହୀ ତଥା ସ୍ୱାଧୀନ ପ୍ରାର୍ଥୀ ରାଜେନ୍ଦ୍ର କୁମାର ଦାସ ମଧ୍ୟ ତିହିଡି ବ୍ଲକରେ ନିଜ ସମର୍ଥକଙ୍କ ସହ କରିଛନ୍ତି ବିଶାଳ ବାଇକ ରାଲି । ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜ ପ୍ରଚାର କରିନଥିଲେ ମଧ୍ୟ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ପ୍ରତି ପଂଚାୟତର ପ୍ରମୁଖ ନେତାଙ୍କୁ ନେଇ ଆଲୋଚନା କରିଛନ୍ତି ।
ଆଗକୁ ଧାମନଗରକୁ ଓହ୍ଲାଇବେ ବହୁ ହେଭି ୱେଟ ନେତା । ସମୟ ଗଡିବା ସହ ପ୍ରଚାର ମୈଦାନରେ ଜୋରଦାର ଲଢେଇ ହେବା ଆଶା କରାଯାଉଛି । ବିଜେପିର ୩ କେନ୍ଦ୍ରମନ୍ତ୍ରୀଙ୍କ ସହ ଶାସକ ବିଜେଡି ଦଳର ଷ୍ଟାର ପ୍ରଚାରକ ନିଜନିଜ ପ୍ରାର୍ଥୀଙ୍କ ସପକ୍ଷରେ ଭୋଟ ମାଗିବାକୁ ଡୋର ଟୁ ଡୋର କ୍ୟାମ୍ପେନ କରିବେ ବୋଲି ରଣନୀତି ସ୍ଥିର ହୋଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/10/21-14.jpg)