ତେଲ ଦରକୁ ନେଇ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବଡ ବୟାନ । କହିଲେ, ଏପ୍ରିଲ ମାସରୁ କମିବ ତେଲ ଦର ।

Advertisment
ପୌର ନିର୍ବାଚନରେ ନିର୍ବାଚିତ ଜନପ୍ରତିନିଧିଙ୍କୁ ଶୁଭେଚ୍ଛା ଜଣାଇଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କାର୍ଯ୍ୟକର୍ତ୍ତାମାନଙ୍କର ଅକ୍ଲାନ୍ତ ପରିଶ୍ରମ ପାଇଁ ଜଣାଇଲେ ଧନ୍ୟବାଦ ।

କନକ ବ୍ୟୁରୋ : ପେଟ୍ରୋଲ ଓ ଡିଜେଲ ଦର କ୍ରମାଗତଭାବେ ବୃଦ୍ଧି ପାଇବା ଦ୍ୱାରା ସାଧାରଣ ଜନତାଙ୍କ ମଧ୍ୟରେ ବ୍ୟାପକ ଅସନ୍ତୋଷ ପ୍ରକାଶ ପାଇଛି । ତେବେ ଆସନ୍ତା ଏପ୍ରିଲ ମାସରୁ ତେଲ ଦର କମିବ ବୋଲି ଆଜି କହିଛନ୍ତି କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ସେ କହିଛନ୍ତି ଯେ ପେଟ୍ରୋଲିୟମ ଉତ୍ପାଦନକାରୀ ଦେଶମାନଙ୍କ ଦ୍ୱାରା ଅଶୋଧିତ ତେଲ ଉତ୍ପାଦନ ହ୍ରାସ ଫଳରେ ବିଶ୍ୱରେ ତେଲଦର ବୃଦ୍ଧି ପାଉଛି । କିନ୍ତୁ ତେଲ ଉତ୍ପାଦନ ବଢାଇବାକୁ ସେ ତେଲ ଉତ୍ପାଦନକାରୀ ଦେଶମାନଙ୍କୁ ଅନୁରୋଧ କରିଛନ୍ତି । ଭାରତ ବିଶ୍ୱରେ ଏକ ପ୍ରମୁଖ ତେଲ ଗ୍ରାହକ ହୋଇଥିବାରୁ ତେଲ ଉତ୍ପାଦନ ବଢାଇବାକୁ ଭାରତ ଋଷିଆ, କୁଏତ,କାତାର ପ୍ରଭୃତି ଦେଶମାନଙ୍କ ଉପରେ ଚାପ ପ୍ରୟୋଗ କରୁଛି । ଏଣୁ ଆଗାମୀ ଦିନରେ ତେଲଦର କମିବ ବୋଲି ସେ କହିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe