କନକ ବ୍ୟୁରୋ : ପେଟ୍ରୋଲ ଓ ଡିଜେଲ ଦର କ୍ରମାଗତଭାବେ ବୃଦ୍ଧି ପାଇବା ଦ୍ୱାରା ସାଧାରଣ ଜନତାଙ୍କ ମଧ୍ୟରେ ବ୍ୟାପକ ଅସନ୍ତୋଷ ପ୍ରକାଶ ପାଇଛି । ତେବେ ଆସନ୍ତା ଏପ୍ରିଲ ମାସରୁ ତେଲ ଦର କମିବ ବୋଲି ଆଜି କହିଛନ୍ତି କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ସେ କହିଛନ୍ତି ଯେ ପେଟ୍ରୋଲିୟମ ଉତ୍ପାଦନକାରୀ ଦେଶମାନଙ୍କ ଦ୍ୱାରା ଅଶୋଧିତ ତେଲ ଉତ୍ପାଦନ ହ୍ରାସ ଫଳରେ ବିଶ୍ୱରେ ତେଲଦର ବୃଦ୍ଧି ପାଉଛି । କିନ୍ତୁ ତେଲ ଉତ୍ପାଦନ ବଢାଇବାକୁ ସେ ତେଲ ଉତ୍ପାଦନକାରୀ ଦେଶମାନଙ୍କୁ ଅନୁରୋଧ କରିଛନ୍ତି । ଭାରତ ବିଶ୍ୱରେ ଏକ ପ୍ରମୁଖ ତେଲ ଗ୍ରାହକ ହୋଇଥିବାରୁ ତେଲ ଉତ୍ପାଦନ ବଢାଇବାକୁ ଭାରତ ଋଷିଆ, କୁଏତ,କାତାର ପ୍ରଭୃତି ଦେଶମାନଙ୍କ ଉପରେ ଚାପ ପ୍ରୟୋଗ କରୁଛି । ଏଣୁ ଆଗାମୀ ଦିନରେ ତେଲଦର କମିବ ବୋଲି ସେ କହିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2021/02/dharmendra-pradhan-780x470.jpg)