ସମ୍ବଲପୁରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମାବେଶ । କହିଲେ ଏବେ କ୍ଷମତା ଗାଦି ହାତେଇବାକୁ ଚାହୁଁଛନ୍ତି ସରକାରୀ ଚାକିରିଆ ।

77

କନକ ବ୍ୟୁରୋ: ବିକଶିତ ଭାରତ ସେତେବେଳେ ସମ୍ଭବ ହେବ ଯେତେବେଳେ ସ୍ୱାଭିମାନ ଓଡିଶା ଗଠନ ହେବ । ସମ୍ବଲପୁର ଗସ୍ତରେ ଥିବାବେଳେ ଯୁଯୁମୁରାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏକ ସାଧାରଣ ସଭାରେ ଯୋଗ ଦେଇ ଏହା କହିଛନ୍ତି । ସ୍ୱାଧୀନତା ସଂଗ୍ରାମୀ ମଧୁଗଡତିଆଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କରିବା ଅବସରରେ ଧର୍ମେନ୍ଦ୍ର କହିଛନ୍ତି, ଓଡିଶାରେ ଗଣତନ୍ତ୍ର ବିପଦରେ ରହିଛି । ଯୁବପିଢି ଓଡିଶାର ନେତୃତ୍ୱ ନେବା ଆବଶ୍ୟକ । ଇଂରେଜମାନେ ବ୍ୟବସାୟ କରିବାକୁ ଆସି ଭାରତରେ ଶାସନ କରିଥିଲେ । ଏବେ ଚାକିରି କରିଥିବା ବ୍ୟକ୍ତି ଶାସନ କରିବାକୁ ଚେଷ୍ଟା କରୁଥିବା କହିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ।

ସୂଚନାଯୋଗ୍ୟ ଯେ, ସମ୍ବଲପୁର ଗସ୍ତରେ ଅଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଗଡତିଆ ପ୍ରତିମୂର୍ତି ଉନ୍ମୋଚନ କରିବା ସହିତ ଯୁଯୁମୁରାରେ ଜଂଘା ବଡଦେବଙ୍କ ପୂଜାରେ ସାମିଲ ହୋଇଛନ୍ତି । ଏହି ସମୟରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଜଂଘା ବଡଦେବଙ୍କୁ ନିଜ କାନ୍ଧରେ ଧରି ନାଚୁଥିବାର ଦେଖିବାକୁ ମିଳିଛି ।